୬ ଦିନ ଧରି ଦଶମ ଶ୍ରେଣୀ ଛାତ୍ରୀଙ୍କ ପତ୍ତା ପାଉନାହାନ୍ତି ପରିବାର ଲୋକେ, ଶେଷରେ ଥାନାର ଦ୍ୱାରସ୍ଥ ହେଲେ

ମାଲକାନଗିରି,୧୯ା୧୨(ଡି.ଏନ୍‌.ଏ.): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡ଼ନ ସୃଷ୍ଟି ହେଉଥିବା ବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆଜକୁ ୬ ଦିନ ହେଲା ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ୫ ଦିନ ତଳେ କେହି ମୋଟରସାଇକେଲରେ ବସାଇ କେଉଁଆଡ଼େ ନେଇ ଯାଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ତେବେ ୬ ଦିନ ପର୍ଯ୍ୟନ୍ତ କୌଣସି ସନ୍ଧାନ ନ ମିଳିବାରୁ ଶନିବାର କାଲିମେଳା ଥାନାରେ ଛାତ୍ରୀଙ୍କ ପରିବାର ଲୋକେ ଏକ ନିଖୋଜ ଓ ଅପହରଣ ମାମଲା ରୁଜୁ କରିଛନ୍ତି। କରୋନା କଟକଣା ଯୋଗୁ ସ୍କୁଲ ବନ୍ଦ ଥିବାରୁ ଛାତ୍ରୀ ଜଣକ ହଷ୍ଟେଲରୁ ଆସି ଘରେ ରହି ପଢୁଥିଲେ।