ସରିଲା ଦଶମ ସମେଟିଭ ଥିଓରି

କଟକ ଅଫିସ, ୮ା୧: ଦଶମ ସମେଟିଭ ଥିଓରି ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ରାଜ୍ୟର ୩୦୯୩ କେନ୍ଦ୍ରରେ ୩ ଦିନ ଧରି ଏହି ପରୀକ୍ଷା ହୋଇଥିଲା। ମୋଟ୍‌ ୫ ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ଶନିବାର ପ୍ରାକ୍ଟିକାଲ ଏବଂ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ଦିନରେ ୨, ଦ୍ୱିତୀୟ ଦିନରେ ଜଣେ ଏବଂ ତୃତୀୟ ଦିନରେ ୧୦ ଜଣ କପି କରି ଧରା ପଡିଥିବା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ସେହିପରି ତୃତୀୟ ଦିନରେ ଜିଲାର ୩୨,୩୭୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦,୨୨୩ ପରୀକ୍ଷା ଦେଇଥିଲେ ବୋଲି ଜିଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

Share