ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନ୍ଲାଇନ୍ ନା ଅଫ୍ଲାଇନ୍ରେ ହେବ, ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ବୁଧବାର ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ସମସ୍ତ ରାଜ୍ୟ, ସିବିଏସ୍ଇ, ସିଆଇଏସ୍ସିଇ, ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂ ପରୀକ୍ଷା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ। ଶ୍ରେଣୀଗୃହରେ ପାଠପଢ଼ା ହୋଇ ନ ଥିବାରୁ ଅଫଲାଇନ୍ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅଫ୍ଲାଇନ୍ ପରୀକ୍ଷାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାୟର କରାଯାଇଛି। ବୁଧବାର ଏହାର ଶୁଣାଣି ହେବ। ତେଣୁ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷାବିତ୍ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି।