ଅବଧି ଶେଷ ହେଲାଣି, ଜାହାଜ ଯେଉଁଠି ସେଇଠି

ପାରାଦୀପ,୨୬ା୯(ଶରତ ରାଉତ):ପାରାଦୀପ ବନ୍ଦରରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌.ଭି. ଦେବୀ ଜାହାଜ ଏବେ ବି ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସମ୍ପୃକ୍ତ ଜାହାଜକୁ ଓଡ଼ିଶା ହାଇକୋର୍ଟ ବିକ୍ରି କରିବାକୁ ଅଗଷ୍ଟ ୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଜାହାଜର ମୂଲ୍ୟାଙ୍କନ କରି ରିପୋର୍ଟ ଦେବାକୁ ସମୟ ଥିଲା ସେପ୍ଟେମ୍ବର ୨୧ତାରିଖ। ଏହା ମଧ୍ୟରେ ଧାର୍ଯ୍ୟ ସମୟ ୪ ଦିନ ଅତିକ୍ରାନ୍ତ କରିସାରିଲାଣି। ଜାହାଜ ବିକ୍ରି ହେବା ପ୍ରସଙ୍ଗ ଏବେ ଅନାଲୋଚିତ ହୋଇ ରହିଛି। ଜାହାଜ ବିକ୍ରି ହେବ କି ନାହିଁ, ସେଥିରେ ସମ୍ପୃକ୍ତ ଘରୋଇ ସଂସ୍ଥା, ଅଟକ ରଖିଥିବା କଷ୍ଟମ୍ସ ବିଭାଗ, ଦେଖାରଖା କରୁଥିବା ମେରାଇନ୍‌ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ମେରାଇନ୍‌ ଥାନାଧିକାରିଣୀ ସୁଜାତା ବେହେରାଙ୍କୁ ଜାହାଜ ବିକ୍ରି ସମ୍ପର୍କରେ ପଚାରିବାରେ ଆମ ପାଖକୁ ସେ ସମ୍ପର୍କରେ କୌଣସି ନୋଟିସ ଆସିନାହିଁ। ଅର୍ଥାତ୍‌ ଜାହାଜ ବିକ୍ରି ହୋଇନାହିଁ। ଏବେ ଜାହାଜ ଯେଉଁଠି ଥିଲା ସେଇଠି ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ବୋଲି ଜଣାପଡିଛି। ଏହା ମଧ୍ୟରେ ଜାହାଜ ମାଲିକ ପ୍ରାୟ ୪ଟି ଏଜେଣ୍ଟ କମ୍ପାନୀ ପରିବର୍ତ୍ତନ କରିସାରିଲାଣି। ଏବେ କୋଲକାତାର ଗୋଟିଏ ଏଜେଣ୍ଟ ଜାହାଜ ନାବିକଙ୍କ ଦେଖାଶୁଣା ଓ ଖାଦ୍ୟ ସାମଗ୍ରୀ ଯୋଗାଉଛି। ଯେଉଁ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀ ଜାହାଜ ଭଡ଼ା ବାବଦରେ ହାଇକୋର୍ଟରେ ଅଭିଯୋଗ କରିଥିଲେ ସେ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି। କମ୍ପାନୀ ଏଚ୍‌ଆର୍‌(ମାନବ ସମ୍ବଳ) ବିଭାଗର କର୍ମଚାରୀ ଶାରଦା ନାୟକଙ୍କୁ ପଚାରିବାରେ ସେ ବିଷୟରେ କିଛି କହିବେ ନାହିଁ ବୋଲି କହିଛନ୍ତି। ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ଘଟଣା ପରେ ଜାହାଜ ଅଟକ ରହିଛି। ସେଥିରେ ଥିବା ୨୧ ଜଣ ନାବିକ ନିର୍ବାସନ ଭଳି ଦଣ୍ଡ ଭୋଗୁଛନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୨୩ ନଭେମ୍ବର ୩୦ରେ ଏହି ଏମ୍‌.ଭି. ଦେବୀ ଜାହାଜ (ଆଇଏମ୍‌ଓ ନଂ. ୯୬୧୬୭୩୫) ପିଆଇସିଟି ବର୍ଥରେ ପଣ୍ୟ ବୋଝେଇ କରୁଥିବା ବେଳେ କୋକେନ୍‌ ଥିବା ଜଣାପଡ଼ିଥିଲା। ପରେ କଷ୍ଟମ୍ସ ବିଭାଗ କୋକେନ୍‌ ଜବତ କରିବା ସହ ଜାହାଜ ଓ ନାବିକଙ୍କୁ ଅଟକ ରଖିଛି। ଦୀର୍ଘଦିନ ଧରି ଜାହାଜ ପିଆଇସିଟି ବର୍ଥରେ ରହିବା ଯୋଗୁ ତା’ର ଭଡ଼ା ମିଳି ନ ଥିଲା। ସେଥିପାଇଁ ପିଆଇସିଟି କମ୍ପାନୀ ଓଡ଼ିଶା ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏଥିରେ ବର୍ଥ ଭଡ଼ା ୭ କୋଟି ୯୫ ଲକ୍ଷ ୪୭ ହଜାର ୧୩୦ ଟଙ୍କା, ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଓ ଆଇନ ଗତ ଖର୍ଚ୍ଚ ୫୦ ଲକ୍ଷ ଟଙ୍କା ଦେବାକୁ ଆବେଦନ କରିଥିଲେ। କୋର୍ଟରେ ଜାହାଜ ମାଲିକଙ୍କ ପକ୍ଷରୁ କୌଣସି ପକ୍ଷ ଉପସ୍ଥିତ ନ ରହିବାରୁ କୋର୍ଟ ଜାହାଜ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆଡୋନିଆ ଅଫ୍‌ଶୋର କନ୍‌ସଲାଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଜାହାଜର ମୂଲ୍ୟ ଆକଳନକରି ସେପ୍ଟେମ୍ବର ୨୧ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ଏହା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ

ପାଟଣା,୨୭।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତର ବାରତଣିଆ ଗ୍ରାମର ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ୨...

ଶିକ୍ଷୟିତ୍ରୀଙ୍କ ଡେପୁଟେଶନକୁ ନେଇ ତାତିଗଲେ ଗ୍ରାମବାସୀ: ଆଉ ତା’ପରେ …

ତୁଣ୍ଡଲା,୨୭ା୯(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ତାଲଭଅଁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ଅନ୍ୟ ବିଦ୍ୟାଳୟକୁ...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ:ଡିଏସ୍‌ପି ଏସ୍‌ଆଇଙ୍କୁ ପଥରମାଡ଼, ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ

ଭଦ୍ରକ,୨୭।୯: ଭଦ୍ରକ ଜିଲା ସିଟି ଡିଏସ୍‌ପି ଓ ଟାଉନ ଥାନା ଏସଆଇଙ୍କୁ ଶୁକ୍ରବାର ଆକ୍ରମଣ ହୋଇଛି। ସଣ୍ଠିଆ ନିକଟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୋକ ପୋଲିସ ଉପରକୁ...

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ 

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି...

ତୈଳ ଜାତୀୟ ଫସଲ ବୁଲି ଦେଖିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ ପାଇଁ ତୈଳ...

ପର୍ଯ୍ୟଟନକ୍ଷେତ୍ରକୁ ସଫା ରଖିବାକୁ ଏମିତି କଲେ….

ବ୍ରାହ୍ମଣୀଗାଁ ୨୭।୯: (ମନୋରଞ୍ଜନ ରଣା) ଜଙ୍ଗଲ ଓ ପରିବେଶ ବିଭାଗର ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ, ସମ୍ପର୍କୀୟ ଗୁରୁତର

ଭଞ୍ଜନଗର,୨୭।୯: ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଗୁନାଖାଇ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ବାପାଙ୍କ ମୃତ୍ୟୁ...

ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି: ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ଦେଲେ ହତ୍ୟା ଧମକ, ଥାନାରେ ମାମଲା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ବିଭିନ୍ନ ସ୍ଥାନରେ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଦାରିଙ୍ଗବାଡ଼ି ଓ ରାଇକିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri