ଆକାଶରୁ ଶୁଭିଲା ଭୟଙ୍କର ଶବ୍ଦ, ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବରେ…

ନକ୍‌,୧୪ା୯: ସାରା ବିଶ୍ୱରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଛି। ବର୍ଷେ ପରେ ଏହି ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଗତବର୍ଷ ଠିକ୍‌ ଏହି ସେପ୍ଟେମ୍ବରରେ ଏପରି ଶବ୍ଦ ଶୁଣିବାକୁ ମିଳିଥିଲା। ସେତେବେଳେ ୯ ଦିନ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ସ୍ଥାନରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ଭୂକମ୍ପ ଭଳି ମାତ୍ର ଏହା ଭୂକମ୍ପ ନୁହେଁ। ଏହା ଏକ ଅସ୍ପଷ୍ଟ ଶବ୍ଦ ସବୁ ଲୋକମାନେ ମଧ୍ୟ ଶୁଣିପାରି ନ ଥାନ୍ତି ବୋଲି ଭୂତତ୍ତ୍ୱବିତ୍‌ମାନେ କହିଛନ୍ତି। ଗ୍ରୀନ୍‌ଲାଣ୍ଡରେ ଭୂ-ସ୍ଖଳନ ବ୍ୟତୀତ ଆଉ କେଉଁଠି କିଛି ଅଘଟଣ ଘଟିଥିବା ଖବର ହସ୍ତଗତ ହୋଇନାହିଁ।

ଏହି ଶବ୍ଦ ଏତେ ଭୟଙ୍କର ଥିଲା କି ୧୦ ହଜାର ଅଲିମ୍ପିକ୍ସରେ ବ୍ୟବହୃତ ହେଉଥିବା ସୁଇମିଂ ପୁଲ୍‌କୁ ବି ଭର୍ତ୍ତି କରି ଦେଇପାରିବ, ସେତେବେଳେ ବରଫ ଅତଡ଼ା ଖସିଥିଲା। ଏହା ଯଦି ସମୁଦ୍ରରେ ଘଟିଥାନ୍ତା ତେବେ ୨ ଶହ ମିଟର୍‌ ଉଚ୍ଚ ସୁନାମୀ ଆଣିଥାନ୍ତା ବୋଲି ଭୂତତ୍ତ୍ୱବିତ୍‌ମାନେ ମତ ଦେଇଛନ୍ତି। ଗ୍ଲୋବାଲ ଓ୍ବାର୍ମିଂର ସିଧା ପ୍ରଭାବ ଗ୍ରୀନ୍‌ଲାଣ୍ଡର ଏହି ଭୂସ୍ଖଳନ ଉପରେ ପଡ଼ିଛି। ତେବେ ଏହି ଘଟଣା ଏବେ ବି ରହସ୍ୟଜନକ ଭାବେ ରହିଛି।

Share