ଭରତପୁର ଥାନା ମାମଲା: ଟେଷ୍ଟ ରିପୋର୍ଟ ଆସିନି, ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ଏଡିଜି କହିଲେ…

ଭୁବନେଶ୍ୱର,୧୮ା୧୦: ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେବା ବେଳେ ସେ କହିଛନ୍ତି, ସମସ୍ତ ଅଫିସରଙ୍କ ପଲିଗ୍ରାଫ ଟେଷ୍ଟ ହୋଇ ସାରିଛି। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବ୍ରେନ୍‌ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି। ମାତ୍ର ଏପର୍ଯ୍ୟନ୍ତ ରିପୋର୍ଟ ଆସିନି, ଆସିଲା ପରେ ତଦନ୍ତ ଆଗେଇବ।

ସୂଚନାଯୋଗ୍ୟ, ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ୨ୟ ବୈଠକ ବସିଥିଲା। ଉକ୍ତ ବୈଠକରେ ଗୃହ ସଚିବ, ସ୍ବତନ୍ତ୍ର ସଚିବ, କ୍ରାଇମବ୍ରାଞ୍ଚ ଏଡିଜି ଉପସ୍ଥିତ ଥିଲେ। ତଦନ୍ତ ଅଗ୍ରଗତି ନେଇ କମିଶନଙ୍କୁ ଆଜି ଅବଗତ କରିଛି କ୍ରାଇମବ୍ରାଞ୍ଚ।