ଭଗବାନଙ୍କୁ ବି ଛାଡିଲେନି ଦୁର୍ବୃତ୍ତ: ମଉଁନେଇ ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ,୧୧।୮(ଡି.ଏନ୍‌.ଏ ): ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଅବସ୍ଥିତି ମା’ ମଉଁନେଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତମାନେ ମନ୍ଦିରର ପାର୍ଶ୍ୱ ଦରଜା ତାଲାଭାଙ୍ଗି ଭିତରେ ପଶି ମା’ଙ୍କ ହୁଣ୍ଡିରୁ ସବୁ ଟଙ୍କା ନେଇଯାଇଛନ୍ତି। ସକାଳୁ ପୂଜକ ମନ୍ଦିର ଖୋଲିବା ପରେ ହୁଣ୍ଡିର କାଚ ଭଙ୍ଗାଥିବା ଦେଖି ଚୋରି ହୋଇଥିବା ଜାଣିଥିଲେ। ପରେ ମନ୍ଦିର ପରିଚାଳନା କମିଟିର ସଭାପତି ନଟବର ଆଚାର୍ଯ୍ୟ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଅଳଙ୍କାର ଟ୍ରେଜେରି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଥିବା ପୋଲିସ କହିଛି।

Share