କଲେଜରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ବାଣପୁର,୧୪ା୭(ଶଙ୍କର ବସ୍ତି): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡାସ୍ଥିତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି। କଲେଜ ପରିସରରେ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ପଶିଥିଲେ। ଅଧ୍ୟକ୍ଷଙ୍କ କକ୍ଷ, ପ୍ରଶାସନିକ ବିଭାଗ କକ୍ଷର ତାଲା ଭାଙ୍ଗି ଏକାଧିକ ବୈଦ୍ୟୁତିକ ଉପକରଣ, ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଏଥିସହିତ କଲେଜ ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଲୁଟି ନେଇଛନ୍ତି। ତେବେ ଉକ୍ତ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ବାଲୁଗାଁ ଏସ୍‌ଡିପିଓ ଏବଂ ନାଚୁଣୀ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।