ବ୍ରହ୍ମପୁର ଅଫିସ,୧୨ା୨: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ଅଧା କେଜି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ସେବାୟତମାନେ ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ କରୁଛି।
ଶନିବାର ବିଳମ୍ବିତ ରାତିରେ ଉକ୍ତ ମନ୍ଦିରର ଉନ୍ନତି ପାଇଁ ଥିବା ପ୍ରାୟ ଦେଢ଼ଲକ୍ଷ ଟଙ୍କା ସହ ଅଧେ କିଲୋ ରୁପା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୋଲିସ , ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।
ସୂଚନାଯୋଗ୍ୟ, ଉକ୍ତ ଦିନ ରାତିରେ ମନ୍ଦିର ବନ୍ଦ କରି ସେବକମାନେ ଘରକୁ ଯାଇଥିଲେ। ସକାଳୁ ଆସି ଦେଖିବା ବେଳେ ମନ୍ଦିରର ଆଲମାରୀ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ପରେ ମନ୍ଦିର ସେବକମାନେ କମିଟିକୁ ଖବର ଦେଇଥିଲେ। ଖବର ପାଇ କମିଟି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନିମଖଣ୍ଡି ଥାନା ପୋଲିସକୁ ଖବର କରିଥିଲେ।