ମନ୍ଦିର ଦାନହୁଣ୍ଡି ଚୋରି କରି ନଦୀ ବାଲିରେ ପୋତିଦେଲେ ଦୁର୍ବୃତ୍ତ

ସୋରଡ଼ା,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାସ୍ଥିତ ପଞ୍ଚାନନ ହୁଣ୍ଡିକୁ ଶୂକ୍ରବାର ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଶନିବାର ସକାଳେ ମନ୍ଦିର ପୂଜକ ଯାଇ ଦେଖିଥିଲେ। ଏନେଇ ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ସଭ୍ୟ ମନୋଜ କୁମାର ପଟ୍ଟନାୟକ ଥାନାକୁ ଜଣାଇଥିଲେ। ଥାନାଧିକାରୀ ରମେଶ କୁମାର ପ୍ରଧାନ,ଏସ୍‌ଆଇ ସୁନୀଲ କଣ୍ଡୋଗୋରି ପ୍ରମୁଖ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ। ମନ୍ଦିର ନିକଟ ଜରଉ ନଦୀ ପଠା ବାଲିରେ ପୋତି ହୋଇଥିବା ହୁଣ୍ଡିଟିକୁ ଉଦ୍ଧାର କରାଯାଇଛି। ହୁଣ୍ଡିଟି ଶକ୍ତ ଲୁହାରେ ତିଆରି ଯୋଗୁ ଚୋରମାନେ ସେଥିରୁ ଅର୍ଥ ବାହାର କରିପାରିନାହାନ୍ତି। ଏଥିରେ ୩ରୁ ଅଧିକ ଲୁଟେରା ସଂପୃକ୍ତ ଥିବା ଅନୁମାନ କରାଯାଉଛି । ତେବେ ହୁଣ୍ଡିଟିକୁ ନେବା ସମୟରେ ମନ୍ଦିରର ପାହାଚଗୁଡ଼ିକ ଆଂଶିକ ଭାଙ୍ଗିଯାଇଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Share