ବିଦ୍ୟାଳୟକୁ ଛାଡ଼ିଲେନି, ଏକ୍ସ ମାସ ଛୁଟିର ଫାଇଦା ଉଠାଇଲେ ଚୋର

ଜୟପୁର,୨ା୧ (ପବନ ପାଣିଗ୍ରାହୀ ): ଜୟପୁର ସହରର ହରିଜନ ସାହିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନିକଟରେ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ଅଭିଯୋଗ କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଅନିମା ମିଶ୍ର ଅଭିଯୋଗ କରିଛନ୍ତି ଯେ, ଏକ୍ସ ମାସ ଛୁଟି ସମୟରେ ବିଦ୍ୟାଳୟ ବନ୍ଦ ଥିବା ସମୟରେ ବିଦ୍ୟାଳୟର ଏକ ଶ୍ରେଣୀ କକ୍ଷ ତାଲା ଭାଙ୍ଗି କେତେକ ଦୁର୍ବୃତ୍ତ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ମଙ୍ଗଳବାର ବିଦ୍ୟାଳୟ ଖୋଲିବା ପରେ ଏହା ଜଣାପଡିଛି। ଲୁହା କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ କମ୍ପ୍ୟୁଟର, ଚୌକି, ଟେବୁଲ, ଷ୍ଟିଲ ଫ୍ରେମ, ପୁରୁଣା ନଥିପତ୍ର ସହ ବିଭିନ୍ନ ସରଞ୍ଜାମ ଚୋରି କରି ନେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏନେଇ ଟାଉନଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share