ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ ମଦନାପୁର ଗ୍ରାମର ରମେଶ ଚନ୍ଦ୍ର ଦାସଙ୍କ ଘରୁ ଦୁଇଟି ସାଇକେଲ ଚୋରି ହୋଇଛି।
ସୂଚନାଯୋଗ୍ୟ, ରାତିରେ ରମେଶଙ୍କ ପରିବାର ଲୋକେ ସାଇକେଲ ଚୋରି ହୋଇଥିବା ଜାଣି ଖୋଜାଖୋଜି କରିଥିଲେ। ସନ୍ଦେହରେ ରାସ୍ତାରେ ଯାଉଥିବା ଭିଲ୍ଲା ଗ୍ରାମର ଗଙ୍ଗାଧର ମାଝି(୨୨)ଙ୍କୁ କାବୁ କରି ନିର୍ଧୂମ ଛେଚିଥିଲେ। ପରେ ସେ ଚୋରି କରିଥିବା ମାନିବା ବେଳେ ତାଙ୍କର ୩ ଜଣ ସାଙ୍ଗ ଏଥିରେ ରମେଶ ମଲ୍ଲିକ, ଅନନ୍ତ ମଳିକ, ପଣ୍ଡା ମହାଳିକ ଏଥିରେ ସାମିଲ ଥିବା କହିଥିଲେ। ଏହା ସହିତ ପୂର୍ବରୁ ସେମାନେ ନିକଟସ୍ଥ ବିଦ୍ୟାଳୟରୁ ଫ୍ୟାନ, ବାସନ, ତମ୍ବୁ ଆଦି ଚୋରି କରିଥିବା ମାନିଛନ୍ତି। ଗ୍ରାମବାସୀ ତାଙ୍କୁ ବାନ୍ଧି ରଖିଥିବା ବେଳେ ଶୁକ୍ରବାର ସକାଳେ ଗୋପାଳପୁର ଫାଣ୍ଡିକୁ ନେଇ ପୋଲିସ ଜିମା ଦେଇଛନ୍ତି।