Categories: ବାଣିଜ୍ୟ

ଶ୍ରୀ ଶକ୍ତିର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ

ନୂଆଦିଲ୍ଲୀ,୨୧।୮: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ଶ୍ରୀ ଶକ୍ତି’ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ମହିଳା କର୍ମଚାରୀମାନଙ୍କୁ ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇଦେବା ଆଶାରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେହିଭଳି କମ୍ପାନୀର ଓଡ଼ିଶାସ୍ଥିତ ଝାରସୁଗୁଡ଼ା ସ୍ମେଲଟର ଅପରେଶନ ନାଇଟ୍‌ ଶିଫ୍ଟରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକଳ୍ପର ସର୍ବଶେଷ ପର୍ଯ୍ୟାୟ ରାଜ୍ୟର ଧାତୁ ଏବଂ ଉତ୍ପାଦନ ଶିଳ୍ପ ସହ ଜଡ଼ିତ ରହିଛି। ଉକ୍ତ ପ୍ରଥମ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ମଧ୍ୟ ବେଦାନ୍ତ ଲିମିଟେଡ୍‌ର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ହିନ୍ଦୁସ୍ଥାନ ଜିଙ୍କ୍‌ର ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ବିଶେଷ କରି ଏହା ମହିଳା କର୍ମଚାରୀମାନଙ୍କୁ ସେମାନଙ୍କର ପସନ୍ଦିତ ସମୟ ଅନୁସାରେ କାର୍ଯ୍ୟ କରିବାକୁ ଅଧିକ ନମନୀୟତା ପାଇବାକୁ ସକ୍ଷମ ଏବଂ ମୂଳ ପ୍ଲାଣ୍ଟ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପଦକ୍ଷେପ ବେଦାନ୍ତ ଆଲୁମିନିୟମର ଅଧିକ ଅନ୍ତର୍ଭୂକ୍ତ ଏବଂ ସମାନ କାର୍ଯ୍ୟଶୈଳୀ ପ୍ରତିପୋଷଣ କରିବା ସହ ସେମାନଙ୍କର ନିରନ୍ତର ନିରାପତ୍ତା ଏବଂ ସୁସ୍ଥତାକୁ ସୁନିଶ୍ଚିତ କରିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ହିନ୍ଦୁସ୍ଥାନ ଜିଙ୍କ୍‌ର ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି, ଆମେ ଏକ ଅନ୍ତର୍ଭୂକ୍ତ ସଙ୍ଗଠନ ଗଠନ କରି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟିକରିବା ଉପରେ ନିରନ୍ତର ଧ୍ୟାନଦେବାର ଆବଶ୍ୟକ ରହିଛି। ଏପରିକି ପ୍ରୋଜେକ୍ଟ ଶ୍ରୀ ଶକ୍ତି ସେହି ଦିଗରେ ଏକ ଉତ୍ତମ ପଦକ୍ଷେପ ଏବଂ ଓଡ଼ିଶାର ଶିଳ୍ପ ଦୃଶ୍ୟପଟରେ ସକାରାତ୍ମକ ରୂପାନ୍ତରର ସକ୍ଷମକାରୀ ପ୍ରକଳ୍ପ ଭାବେ ଉଭା ହୋଇଛି। ବେଦାନ୍ତରେ ଆମେ ଏକ ଅନୁକୂଳ କାର୍ଯ୍ୟ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଥାଉ, ଯେଉଁଠାରେ ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ଦଳର ସଦସ୍ୟ ବୃଦ୍ଧି ଏବଂ ଉତ୍କର୍ଷ ହୋଇପାରନ୍ତି।

Share