ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି

ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରିର ଶ୍ରୀଜଗନ୍ନାଥ ମନ୍ଦିର। ବୀର ବସନ୍ତ ନାରାୟଣ ବିରାଟ ଭୁଜଙ୍ଗ ମାନ୍ଧାତାଙ୍କ ସମୟରେ ଜଗନ୍ନାଥ ସଂସ୍କୃତି ଗରଡ଼ିହି ରାଜବାଟୀରୁ ଆରମ୍ଭ ହୋଇ ୧୭୫୦ ମସିହାରେ ରାଜା ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ନୀଳଗିରିରେ ଦେଉଳ ପ୍ରତିଷ୍ଠା କରିଥିଲେ। ନୀଳଗିରି ରାଜବଂଶର ଅଣଚାଳିଶତମ ଦାୟାଦ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ପାଟସାମନ୍ତ ରାଣୀ ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ ଏବେ ଦାୟିତ୍ୱ ନିର୍ବାହ କରୁକଛନ୍ତି। ଏଠାରେ ପୁରୀ ଶ୍ରୀମନ୍ଦିର ଭଳି ନୀତିକାନ୍ତି ପାଳିତ ହୋଇଥାଏ। ତେବେ ପୁରୀରେ ଗୋଟିଏ ଦିନରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ହେଉଥିବା ବେଳେ ଏଠାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚତ୍ବା ପାଇଁ ତିନି ଦିନ ଧରି ଯାତ୍ରା ପାଳନ ହେବାର ପରମ୍ପରା ରହିଛି। ଏଠାକାର ଜଗନ୍ନାଥ ମନ୍ଦିରର ଚୂଡ଼ାରେ ବିଦ୍ୟମାନ ନୀଳଚକ୍ର ନେତ ଓ ପତିତପାବନ ବାନାକୁ ଚୂନରା ସେବାୟତ ଆରାଧ୍ୟ ଗରୁଡ଼ ମହାରାଜାଙ୍କୁ ପୂଜା କରି ପରିବର୍ତ୍ତନ କରିଥାନ୍ତି। ଏହି ବାନା ପ୍ରତି ସଂକ୍ରାନ୍ତିରେ ବଦଳାଯାଇଥାଏ। ଅନ୍ୟପକ୍ଷରେ ନୀଳଚକ୍ରରେ ନେତ ବର୍ଷରେ ଦୁଇଥର ଯଥା ମକର ସଂକ୍ରାନ୍ତି ଓ ନେତ୍ରୋତ୍ସବରେ ଲଗାଯାଇଥାଏ ବୋଲି କୁହନ୍ତି ଚୂନରା ସେବାୟତ ଦେବାଶିଷ ଦାସ। -ପ୍ରଶାନ୍ତ ବିଶ୍ୱାଳ

Share