ଆସୁଛି ତୃତୀୟ ଲହର: ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ତୃତୀୟ ଲହରକୁ ଦୃଷ୍ଟିରେ ରଖି ସବୁ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଜିଲା ହସ୍ପିଟାଲରେ ଆରଟିପିସିଆର୍‌ ଟେଷ୍ଟ କିଟ୍‌, ଆଣ୍ଟିଜେନ କିଟ୍‌, ଆରଟିପିସିଆର୍‌ ଟେଷ୍ଟ ଲ୍ୟାବ ସହ ୮ ପ୍ରକାର ଜରୁରୀ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଶିଶୁ ବିଭାଗରେ ଅକ୍ସିଜେନ ୨୦ରୁ ୩୦ ବେଡ୍‌ ଓ ୧୨ ବେଡ୍‌ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଡିସେମ୍ବର ୨୦୨୧ ସୁଦ୍ଧା ନିର୍ଦ୍ଦେଶିତ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲରେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Share