ଲାଠୋର,୨୯ା୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏପ୍ରିଲ ୨୮ତାରିଖ ସୁଦ୍ଧା ଗ୍ରାମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଲାଠୋର ଏବଂ ଆଖପାଖ ଗ୍ରାମର ପ୍ରାୟ ଘରେ ଲୋକେ ଜ୍ୱରରେ ପୀଡିତ ରହିଛନ୍ତି। ଏହା ଗ୍ରାମବାସୀଙ୍କ ଚିନ୍ତା ବଢାଇ ଦେଇଛି। ସେମାନଙ୍କୁ କୋଭିଡ କିମ୍ବା ଅନ୍ୟ କେଉଁ କାରଣରୁ ଜ୍ୱର ହେଉଛି ତାହା ଜାଣାପଡି ନାହିଁ। କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଗୁରବାର ଲୋକଙ୍କୁ ସଚେତନ କରାଯାଇଥିଲା। ଅପରପକ୍ଷେ ଗ୍ରାମର ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଦ୍ୱାରା ଲୋକଙ୍କୁ ହେଉଥିବା ଜ୍ୱରର କାରଣ ଖୋଜିବା ସହ ତୁରନ୍ତ ଲାଠୋର ଏବଂ ଖପ୍ରାଖୋଲରେ କରୋନା ପରୀକ୍ଷା ବୃଦ୍ଧି କରିବାକୁ ଦାବି କରିଛନ୍ତି।