କେବେ ବି ଏକାଠି କାମ କରିନାହାନ୍ତି ତିନି ଖାନ୍‌

ମୁମ୍ବାଇ: ଯେତେବେଳେ ବି ବଲିଉଡ୍‌ ସୁପରଷ୍ଟାରଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ ୩ ଖାନ୍‌ଙ୍କ ନାଁ ପ୍ରଥମେ ଆସେ। ସଲମାନ ଖାନ,ଅମିର ଖାନ ଏବଂ ଶାହାରୁଖ ଖାନ। ଏହି ତିନିଜଣ ବକ୍ସ ଅଫିସରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ଏହି ତିନିଜଣ କେବେ ଏକାଠି କୌଣସି ଫିଲ୍ମ କରିନାହାନ୍ତି। ତିନି ଖାନଙ୍କ ମଧ୍ୟରୁ ଦୁଇ ଖାନ୍‌ଙ୍କ ଫିଲ୍ମ ବକ୍ସ ଅଫିସରେ ବହୁତ କିଛି କରିଛି।

ଶାହାରୁଖ ଏବଂ ଅମିର କେବେ ବି ଏକାଠି କାମ କରିନାହାନ୍ତି। ଉଭୟଙ୍କ ମଧ୍ୟରେ ବାଦ ବିବାଦ ମଧ୍ୟ ଅନେକ ଥର ଚର୍ଚ୍ଚାରେ ରହିଛି। ଅମିର ଏବଂ ସଲମାନ ଥରେ ଏକାଠି କାମ କରିଛନ୍ତି। ସେହିପରି ଶାହାରୁଖ ଏବଂ ସଲମାନ ୬ ଥର ଏକାଠି କାମ କରିଛନ୍ତି।

ଶାହାରୁଖ ଏବଂ ସଲମାନ ‘କରଣ-ଅର୍ଜୁନ’ ‘ହମ୍‌ ତୁମ୍‌ହାରେ ହୈ ସନମ’ରେ ମୁଖ୍ୟ କଳାକାର ଭାବରେ ଏକାଠି କାମ କରିଛନ୍ତି। ଶାହାରୁଖ ସଲମାନଙ୍କ ଦୁଇଟି ଫିଲ୍ମ ‘ହର ଦିଲ୍‌ ଜୋ ପ୍ୟାର କରେଗା’ ଏବଂ ‘ଟ୍ୟୁବ୍‌ଲାଇଟ୍‌’ରେ କାମ କରିଛନ୍ତି। ସଲମାନ ଶାହାରୁଖଙ୍କ ଦୁଇଟି ଫିଲ୍ମ‘ଦୁସ୍ମନ ଦୁନିୟା କା’ ଏବଂ ‘କୁଛ୍‌ କୁଛ୍‌ ହୋତା ହେ’, ‘ଜିରୋ’ରେ ଅଭିନୟ କରିଛନ୍ତି। ଅମିର ଏବଂ ସଲମାନ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ‘ଅନ୍ଦାଜ ଅପ୍‌ନା-ଅପ୍‌ନା’ରେ ଏକାଠି କାମ କରିଛନ୍ତି। କିନ୍ତୁ ଏହି ତିନି ସୁପରଷ୍ଟାରଙ୍କୁ ଏକାଠି କୌଣସି ଫିଲ୍ମରେ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ।

Share