ବୁଗୁଡ଼ା ବ୍ଲକର ଏହି ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା

ବୁଗୁଡ଼ା,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଆପଟ ଜିଲାପାଳ କ୍ଷମତା ପ୍ରଯୋଗ କରି ସୋମବାର ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ମୁଖ୍ୟତଃ ଉକ୍ତ ପଞ୍ଚାୟତର ପାଙ୍ଗିଡ଼ି, ପଙ୍କଳବାଡ଼ି ଓ କଞ୍ଚୁଡ଼ୁପାଟଣା ଗ୍ରାମରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣ ଭୟରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଉକ୍ତ ୩ ଗ୍ରାମକୁ ସୋମବାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ୭ ଦିନ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ତେଣୁ ଗ୍ରାମବାସୀ ଅଧିକ ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନବାହାରିବା ପାଇଁ କଟକଣା କରାଯାଇଛି। କେବଳ ଔଷଧ, ତେଜରାତି ଓ କୃଷିଯନ୍ତ୍ରପାତି ଦୋକାନ ସୀମିତ ସମୟ ପର୍ଯ୍ୟନ୍ତ ଖୋଲା ରହିବ। ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ରାଯିବ ।

Share