ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା କୋଠାଘର

ଛତ୍ରପୁର, ୧୭।୧୦ (ଦିଲ୍ଲୀପ ସାମଲ): ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର କେ.ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ। ଗୁରୁବାର ଅପରାହ୍ନ ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିଲା। ଫଳରେ ସମୁଦ୍ର ନିକଟରେ ଥିବା ଏକ କୋଠଘର ସମ୍ପୁର୍ଣ୍ଣ ଭାବେ ଭୁଶୁଡି ପଡି ପାଣିରେ ଭାସିଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଥାଉ କି, ସମୁଦ୍ର କୂଳରେ ଥିବା ଉକ୍ତ କୋଠାଘରଟି ମତ୍ସଜୀବିମାନଙ୍କ ବସା ଉଠାର ଆଶ୍ରୟସ୍ଥଳୀ ରହିଥିବାବେଳେ ଆଜି ତାହା ଭାସିଯିବା ଫଳରେ ମତ୍ସଜୀବିମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଗାମୀ ଦିନରେ ଗ୍ରାମରେ ସମୁଦ୍ର କୂଳରେ ଥିବା ବହୁ ଘର ମଧ୍ୟ ସମୁଦ୍ରରେ ଭାସିଯିବାର ସମ୍ଭାବନା ରହିଥିବାରୁ ସ୍ଥାନୀୟ ମତ୍ସଜୀବିମାନେ ଚିନ୍ତାରେ ପଡିଛନ୍ତି। ଏଣୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ମତ୍ସଜୀବି ଓ ଗ୍ରାମବାସୀମାନେ ଦାବି କରିଛନ୍ତି ।

Share