Posted inରାଜ୍ୟ

ବାତ୍ୟା ଲ୍ୟାଣ୍ଡଫଲ୍‌ ବେଳେ ୧ରୁ ୨ ମିଟର ପର୍ଯ୍ୟନ୍ତ ଆସିପାରେ ଜୁଆର, ୩ ଜିଲାକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୪।୧୦: ଭୀଷଣ ବାତ୍ୟା ରୂପ ଧାରଣ କରି ‘ଦାନା’ ଉପକୂଳ ଆଡେ ମାଡି ଆସୁଥବା ବେଳେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ୨୪ ରାତିରୁ ୨୫ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାକୁ ଥିବା ବେଳେ ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ।

ବିଶେଷକରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୁଳରେ ଜୁଆର ଆସିବ। ଏହି ୩ ଜିଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁର ଜିଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବାକୁ ଥିବା ବେଳେ ଉକ୍ତ ଜିଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ। ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ। ତେବେ ଲ୍ୟାଣ୍ଡଫଲ୍‌ ପରେ ଟିକେ ସାମାନ୍ୟ ଦିଗ ବଦଳାଇବି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ଏଥିସହିତ ସେ ସୂଚନା ଦେଇଛନ୍ତି ଯେ, ୨୪ ଏବଂ ୨୫ ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଅତି ଭୀଷଣ ବର୍ଷା ମଧ୍ୟ ହୋଇପାରେ। ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନ ହେଉଛି ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି। ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। ଯେହେତୁ ବାତ୍ୟା ‘ଦାନା’ ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଏହାର ଆଖି ସୃଷ୍ଟି ହେବନାହିଁ। ପୂର୍ବାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ରହିବ, ଆଉ ବଢ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୧୮୦ କିମି ଦୂରରେ ‘ଦାନା’; ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି...

ଓଡ଼ିଶା ସରକାରଙ୍କ ବାତ୍ୟା ପ୍ରସ୍ତୁତିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର,୨୪।୧୦: ବାତ୍ୟା ଦାନା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ମାଡ଼ ହେବାକୁ...

ଡର ବଢାଇଲା ଗତିପଥ! ୩ ଜିଲାକୁ ଅଧିକ ବିପଦ…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା ଭୟଙ୍କର ବେଗରେ ସ୍ଥଳଭାଗ ମୁହାଁ ହେଉଛି। ଏହି ସମସୟରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଦାନା...

ବାତ୍ୟା ବଦଳାଇଲା ମୋଡ, ଏଇଠି ପିଟି ହୋଇଯିବ, ଲୋକେ ଛାନିଆ…

ଭୁବନେଶ୍ୱର,୨୪।୧୦: ଲ୍ୟାଣ୍ଡଫଲ ନେଇ ବଡ଼ ଆକଳନ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା ଭୟଙ୍କର ବେଗରେ ସ୍ଥଳଭାଗ ମୁହାଁ...

ଆସୁଛି ‘ଦାନା’: ଧାମରା-ଚାନ୍ଦବାଲିରେ ସ୍ଥିତି ଅନୁଧ୍ୟାନ କଲେ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ, ୨୪।୧୦(ସନାତନ ରାଉତ)- ଭଦ୍ରକ ଜିଲା ଧାମରାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ରାଜ୍ୟ...

ପାଖେଇ ଆସିଲାଣି ‘ଦାନା’: ଗଞ୍ଜାମରେ ବଦଳିଲା ପାଗ, ସମୁଦ୍ର ଅଶାନ୍ତ

ଛତ୍ରପୁର, ୨୪।୧୦(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ...

‘ଦାନା’କୁ ନେଇ ଭଦ୍ରକ ପ୍ରଶାସନ ସଜାଗ: ୫୭୭ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେଲେଣି ୨୬,୦୬୪ ଲୋକେ

ଭଦ୍ରକ, ୨୪।୧୦(ସନାତନ ରାଉତ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଧାମରା ଠାରୁ ଆଉ ମାତ୍ର ୨୪୦ କିମି ଦୂରରେ ରହିଛି ବୋଲି ପାଣିପାଗ ବିଭାଗ...

ବିରଳ ବାତ୍ୟା! ଦାନାର ନାହିଁ ଆଖି

ଭୁବନେଶ୍ୱର,୨୪।୧୦: ଭୟଙ୍କର ରୂପ ଦେଖାଇଲାଣି ବାତ୍ୟା ଦାନା। କେନ୍ଦ୍ରାପଡା ଭିତରକନିକା ଓ ଭଦ୍ରକ ଧାମରା ଭିତରେ ଉପକୂଳ ଛୁଇଁବ ଲାଗି ୧୨ କିମି ବେଗରେ ମାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri