Advertisement

ବାରିପଦା,୧୩ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଲରାପତରିଆ ବାଘ ପର୍ଯ୍ୟଟକଙ୍କ ବାଟ ଓଗାଳିବା ଚର୍ଚ୍ଚାର ବିଷୟ ହୋଇଛି। ପର୍ଯ୍ୟଟକଙ୍କ ଗାଡ଼ି ଆଗରେ ବାଘଟି ଅଧ ଘଣ୍ଟା ଘୂରି ବୁଲିବା ଓ ପରେ ବାର୍‌ହା ଶିକାର ପାଇଁ ଦୌଡିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ବାରିପଦା ସହର ମଧୁବନ ଅଞ୍ଚଳର ବାସିନ୍ଦା ଜୟନ୍ତ ନାୟକ ତାଙ୍କ ବନ୍ଧୁଙ୍କ ସହ ରବିବାର ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ। ସା ସମୟରେ ସେମାନେ ଚହଲା ବିଟ୍‌ ଅଞ୍ଚଳରୁ ପିଠାବଟା ଫେରିବା ବାଟରେ ଭଞ୍ଜମ ଗେଟ ନିକଟରେ ପହଞ୍ଚତ୍ବାର ୩ କି.ମି. ପୂର୍ବରୁ ବାଘ ଦେଖିଥିଲେ। କଲରାପତରିଆ ବାଘଟି ହଠାତ୍‌ ତାଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ଏହା ଦେଖି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। ଘାଟି ରାସ୍ତାରେ ବାଘଟି ପ୍ରାୟ ଅଧଘଣ୍ଟା ଗାଡ଼ି ଆଗରେ ଚାଲିଥିଲା। ଏହି ସମୟରେ ଏକ ବାର୍‌ହା ଶିକାର କରିବାକୁ ବାଘ ଜଙ୍ଗଲ ମଧ୍ୟକୁ ପଳାଇବାରୁ ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ ଫେରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share