Categories: ଫୁରସତ

ପକ୍ଷୀ ପରି ବୋବାଉଛି ଏହି ବାଘ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ରୁଷିଆର ଚିଡ଼ିଆଖାନାରେ ଏକ ବାଘ ନିଜର ସୁନ୍ଦରତା ପାଇଁ ହିରୋ ହୋଇଯାଇଛି। ବିଟାସ ନାମକ ଏହି ବାଘ ବର୍ତ୍ତମାନ ୮ ମାସର। ଏହି ବାଘ ଅମୁର ପ୍ରଜାତିର। ଯାହା ବିଶ୍ୱର ସବୁଠୁ ବଡ଼ ଆଉ ପ୍ରଖର। ସବୁଠୁ ଚର୍ଚ୍ଚାର ବିଷୟ ହେଲା ବିଟାସର ସ୍ବର। ସେ ଯେତେବେଳେ ତା’ର ମାକୁ ଖୋଜେ ଗୀତ ଗାଇବା ଆରମ୍ଭ କରିଦିଏ। ଏମିତି ଶବ୍ଦ ବାହାର କରେ ଯେମିତି ଏକ ଚଢ଼େଇ ବୋବେଇବା ପରି ଶୁଣାଯାଏ।
ସର୍ବିୟାର ବରନାଲ ଚିଡ଼ିଆଖାନାରେ ଏହାର ଜନ୍ମ। ସେ ୧ ମାସର ହେବା ଦିନୁ ମାକୁ ଖୋଜିବା ପାଇଁ ଏମିତି ଶବ୍ଦ କରୁଛି। ଖାଲି ପକ୍ଷୀ ପରି ନୁହଁ, ବେଳେବେଳେ ମାଙ୍କଡ଼ ପରି ବି ଶବ୍ଦ କରେ। ଏବେ ବିଟାସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଚିଡ଼ିଆଖାନାରେ କାମ କରୁଥିବା ଲୋକେ କୁହନ୍ତି, ଏହି ବାଘର ଭାଇ-ଭଉଣୀ ଅଛନ୍ତି। ସେ ସବୁ ବେଳେ ମା ପ୍ରତି ଧ୍ୟାନ ରଖି ଏପରି ଶବ୍ଦ କରିଥାଏ। ଯେତେବେଳେ ବିଟାସ ଏମିତି ପାଟି କରେ ମା ବାଘୁଣୀ ସବୁ ଛାଡ଼ି ତା ନିକଟକୁ ଆସିଥାଏ।

ଅମୁର ପ୍ରଜାତିର ବାଘ ଦୁନିଆର ସବୁଠୁ ବଡ଼ ବାଘ ଭାବରେ ଜଣାଶୁଣା। ପୂର୍ବ ରୁଷିଆର ଏହି ପ୍ରଜାତିର ବାଘ କେବଳ ୬୦୦ ଅଛନ୍ତି।

Share