ଟାଇଗର୍‌ଙ୍କୁ ଫଲୋ କରୁଛନ୍ତି ଅମିତାଭ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଥର ଅମିତାଭ ବଚ୍ଚନ ଏମିତି କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଯାଛନ୍ତି। ୭୯ ବର୍ଷୀୟ ଅମିତାଭ ଏବେ ୩୨ ବର୍ଷୀୟ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କୁ ଟକ୍କର ଦେଉଛନ୍ତି। ସମସ୍ତେ ଜାଣନ୍ତି ଟାଇଗର ଜଣେ ଭଲ ନୃତ୍ୟଶିଳ୍ପୀ। କେବଳ ଏତିକି ନୁହେଁ, ଫିଲ୍ମରେ ସେ ନିଜେ ଆକ୍ସନ ଦୃଶ୍ୟ ମଧ୍ୟ କରନ୍ତି। ଅମିତାଭ ତାଙ୍କୁ ଦେଖି ଅନୁପ୍ରାଣିତ ହୋଇଛନ୍ତି। ତାଙ୍କ ଶରୀରକୁ ସମାନ ଢଙ୍ଗରେ ତିଆରି କରିବାକୁ ଚେଷ୍ଟା କରିବା ଆରମ୍ଭ କରିଛନ୍ତି। ଅମିତାଭ ସୋସିଆଲ ମିଡିଆରେ ଅଭିନେତା ବୋମନ ଇରାନୀଙ୍କ ସହ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଅମିତାଭ ଗୋଡରେ ଆକ୍ସନ ଦେଖାଉଥିବା ନଜର ଆସିଛନ୍ତି। ଏଥିରେ ବୋମନ ତାଙ୍କୁ ସାହାଯ୍ୟ କରୁଛନ୍ତି। ଫଟୋ ଶେୟାର କରି ମହାନାୟକ ଅମିତାଭ କ୍ୟାପଶନ୍‌ରେ ଲେଖିଛନ୍ତି, ଟାଇଗର ଶ୍ରଫଙ୍କ ଫ୍ଲେକ୍ସିବଲ କିକ ଦେଖି ମୁଁ ଏହାକୁ ଥରେ ଚେଷ୍ଟା କରିବାକୁ ମଧ୍ୟ ଭାବିଲି। ଆଶାକରେ ମୁଁ କିଛି ଲାଇକ୍‌ ପାଇଯିବି।
ଅମିତାଭ ବଚ୍ଚନଙ୍କ ଏହି ଫଟୋରେ ପ୍ରଶଂସକମାନେ ମଜାଳିଆ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି- ‘ଅରିଜିନାଲ ଟାଇଗର’। ଅନ୍ୟ ଜଣେ ୟୁଜର୍ସ ତୁମେ ଜଙ୍ଗଲର ସିଂହ ବୋଲି କହିଛନ୍ତି।

Share