ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ କୁମ୍ଭୀର ପାଟିରେ ଥିବା ଖାଦ୍ୟକୁ ବାଘ ନେଇଯାଉଛି।
ଭିଡିଓରେ, କୁମ୍ଭୀରଟି ଖାଦ୍ୟକୁ ନିଜ ପାଟିରେ ଯାବୁଡି ଧରିଛି। ପରେ ଏକ ବାଘ ଧିରେ ଧିରେ ଆସି କୁମ୍ଭୀର ପାଖରେ ପହଞ୍ଚୁଛି। ଏହାପରେ ବାଘଟି କୁମ୍ଭୀରକୁ ଗୋଡ଼ରେ ହଲାଉଛି। ତା’ ପରେ ତା ପାଟିରୁ ଖାଦ୍ୟକୁ ଛଡ଼ାଇ ଆଣୁଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଭାରତୀୟ ରେଭେନ୍ୟୁ ଅଧିକାରୀ (ଆଇଆରଏସ) ନାଭିଦ୍ ତ୍ରୁମ୍ବୋ ଏହି ଭିଡିଓଟିକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ମୌକା ଥରେ ହିଁ ଆସେ, ଆଉ ଆପଣ ଯଦି ଏଥିପାଇଁ ପ୍ରସ୍ତୁତ ନ ଥାନ୍ତି ତେବେ ଏହାର ଫାଇଦା ଅନ୍ୟ କେହି ନେଇଥାଏ। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ନିଜର ଭିନ୍ନ ମତ ରଖିଛନ୍ତି।