ସଫାରୀରୁ ଜାଲ ଛିଣ୍ଡାଇ ଖସି ପଳାଇଥିଲା ବାଘ, ଏବେ ଖୁଆଡ଼କୁ ଫେରିଲା

ବାରଙ୍ଗ,୨ା୯(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସକାଳେ ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲି ଛିଣ୍ଡାଇ ଖସି ଯାଇଥିଲା। ତୁରନ୍ତ କର୍ମଚାରୀମାନେ ବାଘଟିକୁ ଧରି ଖୁଆଡ଼ ଭିତରେ ପୂରାଇବାରେ ସକ୍ଷମ ହୋଇଛନ୍ତି।

ଆଜି ସକାଳେ ସଫାରୀରେ ବାଘ ସୂରଜକୁ ଖାଇବାକୁ ଦେଲା ବେଳେ ଏହା ଖସିଯାଇଥିଲା । ବାଘ ଖସିଯିବାରୁ ପର୍ଯ୍ୟଟକଙ୍କୁ ନନ୍ଦନକାନନରୁ ବାହାର କରାଯାଇଥିଲା । ପ୍ରାୟ ୧୦ରୁ ୧୫ ମିନିଟ ଖୋଜାଖୋଜି ପରେ ବାଘଟିକୁ ଖୁଆଡ଼ ଭିତରକୁ ଅଣାଯାଇଥିଲା। ଏବେ ନନ୍ଦନକାନନ ପରିସ୍ଥିତି ସ୍ବାଭାବିକ ଥିବା କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ କୋଭିଡ୍‌ କଟକଣା କୋହଳ ହେବା ପରେ ନନ୍ଦନକାନନ ନିୟମ ବଦଳିଯାଇଛି । ଏଣିକି ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଖୋଲାରହିବ। ପୂର୍ବଭଳି ପ୍ରତି ସୋମବାର ନନ୍ଦନକାନନ ବି ବନ୍ଦ ରହିବ।

Share