ମାଲକାନଗିରି,୩।୮(ସ୍ବ.ପ୍ର.): ଗୋଟିଏ ଚିତା ବାଘ ଜଣେ ଗ୍ରାମବାସୀଙ୍କ ଘରେ ପଶି ପ୍ରାୟ ୧୮ ରୁ ୨୦ ଘଣ୍ଟା ରହିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର କଙ୍କେଇ ଜିଲା ଅନ୍ତର୍ଗତ ଚାମର ବ୍ଲକର ବଗଡ଼ଙ୍ଗରି ଗ୍ରାମରେ। ରବିବାର ରାତିରେ ଚିତା ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲା। ମାତ୍ର ସେ କାହାର କୌଣସି କ୍ଷତି କରି ନ ଥିବା ବେଳେ ପାଖାପାଖି ୨୦ଘଣ୍ଟା ଉକ୍ତ ବ୍ୟକ୍ତିଙ୍କ ଘରେ ରହିଥିଲା। ବାଘ ଘରେ ପଶିବା ଦେଖି ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ବାହାରକୁ ଆସି ବାଘକୁ କବାଟ ଦେଇଥିଲେ। ପରେ ବନ ବିଭାଗକୁ ଜଣାଇଥିଲେ। ଖବରପାଇ ବନ ବିଭାଗ ବାଘକୁ କାବୁ କରିବା ଲାଗି ଯନ୍ତା ନେଇ ଆସିଥିଲେ ସୁଦ୍ଧା ସଫଳ ହୋଇ ନ ଥିଲେ। ଆପ୍ରାଣ ଚେଷ୍ଟା ସତ୍ତ୍ୱେ ବାଘକୁ କାବୁ କରି ପାରି ନ ଥିଲା ବନବିଭାଗ। ଶେଷରେ ବାଘଟି ବନବିଭାଗକୁ ଜଳକା କରିଦେଇ କାନ୍ଥ ତାଡ଼ି ଚାଲିଯାଇଛି।