ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ଖୋଲା ଯାଇଛି ୫୦କୋଟି ଖାତା, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ,୧୮।୮: ଦେଶରେ ୫୦କୋଟି ଜନଧନ ଅକାଉଣ୍ଟ ଖୋଲା ଯାଇଛି। ୨୦୨୩, ଅଗଷ୍ଟ ୯ ସୁଦ୍ଧା ଏହା ୫୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସରକାର ଶୁକ୍ରବାର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହି ଜନଧନ ଆକାଉଣ୍ଟରେ ୫୬ଶତକଡା ମହିଳାଙ୍କର ଖାତା ଖୋଲାଯାଇଥିବାବେଳେ ୬୭ଶତକଡା ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଛି। ଏହିସବୁ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ୨.୦୩ ଲକ୍ଷ କୋଟିରୁ ଅଧିକ। ଏହି ଆକାଉଣ୍ଟରେ ପ୍ରାୟ ୩୪ କୋଟି ରୁପେ କାର୍ଡ ମାଗଣାରେ ଜାରି କରାଯାଇଛି। ପ୍ରଧାନ ମନ୍ତ୍ର ଜନ ଧନ ଯୋଜନା ଆକାଉଣ୍ଟରେ ହାରାହାରି ବାଲାନ୍ସ ୪୦୭୬ ଟଙ୍କା ଏବଂ ୫.୫ କୋଟିରୁ ଅଧିକ ପିଏମଜେଡିଓ୍ବାଇ ଆକାଉଣ୍ଟରେ ଡିବିଟି ସୁବିଧା ମିଳୁଛି।

Share