Posted inଜାତୀୟ

ମୋଦି ବସିଥିବା ଧ୍ୟାନ ସ୍ଥାନରେ ପର୍ଯ୍ୟଟକ ଏଣ୍ଟ୍ରି ବ୍ୟାନ୍‌ ହଟିଲା

କନ୍ୟାକୁମାରୀ,୩୧ା୫: ତାମିଲନାଡୁର କନ୍ୟାକୁମାରୀରେ ଅବସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିବେକାନନ୍ଦ ରକ୍‌ ମେମୋରିଆଲ ପରିଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେତୁ ଏଠାରେ ଜୁନ ୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, କିନ୍ତୁ ସାଧାରଣ ଜନତା କୌଣସି ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପର୍ଯ୍ୟଟକମାନଙ୍କୁ ପୁନର୍ବାର ଏଠାରେ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି।
ସୂଚନାନୁସାରେ, ଲୋକ ସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଜୋର୍‌ଦାର ପ୍ରଚାର କରିବା ପରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ପ୍ରସିଦ୍ଧ ବିବେକାନନ୍ଦ ରକ୍‌ ମେମୋରିଆଲରେ ୪୫ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ମୋଦି ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ହାତରେ ରୁଦ୍ରାକ୍ଷ ଧରିଛନ୍ତି। ଧ୍ୟାନ ସାଧନା ଅବସରରେ ଯୋଗୀ ମୁଦ୍ରାରେ ନଜର ଆସିଛନ୍ତି। ସେ ଜପାମାଳି ଧରି ପ୍ରାର୍ତନା କରୁଛନ୍ତି। ଧ୍ୟାନ ପୂର୍ବରୁ ମୋଦି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ।
ଥିରୁଭାନନ୍ଥପୁରମ୍‌ରୁ ହେଲିକପ୍ଟର ଯୋଗେ ମୋଦି କନ୍ୟାକୁମାରୀରେ ପହଞ୍ଚତ୍ଥିଲେ। ସେ ଭଗବତୀ ଆମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୋଟ୍‌ ଯୋଗେ ରକ୍‌ ମୋମୋରିଆଲକୁ ଯାଇଥିଲେ। ଜୁନ୍‌ ୧ ପର୍ଯ୍ୟନ୍ତ ସେ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିରହିବେ। ଧୋତି ଓ ଧଳା ଚାଦର ପରିହିତ ପ୍ରଧାନମନ୍ତ୍ରୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ଗର୍ଭଗୃହକୁ ପ୍ରଦକ୍ଷିଣ କରିଥିଲେ। ପୂଜକମାନେ ସ୍ବତନ୍ତ୍ର ଆରତି କରିବା ସହ ମୋଦିଙ୍କୁ ଶାଲ୍‌ ଏବଂ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ ଫଟୋ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ବୟାନ, ପୁଣି ପାଣ୍ଡିଆନଙ୍କ ବଢାଇଲା ଚର୍ଚ୍ଚା, ଏବେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ପ୍ରସଙ୍ଗ ପରେ ଏବେ ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡି ଏମପିଙ୍କ ମଧ୍ୟରେ ଯେଉଁ ମତଭେଦ...

ଶୁଭାରମ୍ଭ ଅପେକ୍ଷାରେ ‘ଆୟୁଷ୍ମାନ ଯୋଜନା’: ଉପକୃତ ହେବେ ହଜାର ହଜାର ହିତାଧିକାରୀ

ଦାରିଙ୍ଗବାଡ଼ି,୧୦ା୪(ଅରୁଣ ସାହୁ): ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ...

ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

ବଲାଙ୍ଗୀର, ୧୦।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି...

ପାଣ୍ଡିଆନଙ୍କ ଗୁମର ଖୋଲିଦେଲେ ପ୍ରଭାତ, କହିଲେ ଭୟଙ୍କର ଷଡଯନ୍ତ୍ର

ଭୁବନେଶ୍ୱର,୧୦।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ପରେ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଓ୍ବକଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ...

ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା: ଭକ୍ତଙ୍କୁ ଆକୃଷ୍ଟ କରୁଛି ଧୂଳିଦଣ୍ଡ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲା ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା ପର୍ବ ଆସନ୍ତା ମେରୁ ସଂକ୍ରାନ୍ତିରେ ଶେଷ ହେବ। ବିଭିନ୍ନ...

Vastu Dosh: ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି କି?ଭୁଲ୍‌ରେ ବି ଘରେ କରନ୍ତୁ ନାହିଁ ଏହି ଗୋଟିଏ କାମ…

ମା’ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ ଏବଂ କ୍ରୋଧୀ। ଯେଉଁ ଘରେ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସୁଖ, ଧନ, ସମୃଦ୍ଧି, ବିଳାସର ଅଭାବ ହୁଏ ନାହିଁ।...

ଭାଇରାଲ ହେଉଛି ପାଣ୍ଡିଆନଙ୍କ ଭିଡିଓ, ସେଦିନ ପ୍ରଭାତଙ୍କୁ କହିଥିଲେ…

ଭୁବନେଶ୍ୱର,୧୦।୪: ସଂସଦର ଉଭୟ ସଦନରେ ଓ୍ବକଫ ବିଲ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ ସୃଷ୍ଟି...

ଜାଲ୍‌ନୋଟ୍‌ କାରବାର ଚାଲିଥିବାବେଳେ ଜବତ କଲା STF

ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍‌ ନୋଟ୍‌ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏସ୍‌ଟିଏଫ୍‌ ଟିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image