Categories: ବାଣିଜ୍ୟ

ପ୍ରଦର୍ଶନୀରେ ଭିଡ଼ ବଢ଼ାଉଛି କାରବାର

ଭୁବନେଶ୍ୱର,୪।୩ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏକ ଆନ୍ତଃ ରାଜ୍ୟ ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏପରିକି ପାଣିପାଗ ଓ ପରିବେଶ ପ୍ରଦର୍ଶନୀ ପାଇଁ ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ସନ୍ଧ୍ୟା ୭.୩୦ରୁ ୯.୩୦ ଘଟିକା ପର୍ଯ୍ୟନ୍ତ ଭିଡ଼ ଅସମ୍ଭାଳ ହେଉଛି। ବିଶେଷକରି ଚଳିତ ଗ୍ରୀଷ୍ମ ପ୍ରବାହ (ଋତୁ) ପାଇଁ ଗ୍ରାହକ ଆକର୍ଷଣୀୟ ଓ ବିଭିନ୍ନ ବର୍ଗର ଆରାମଦାୟକ ପୋଷାକ ସହ ହ୍ୟାଣ୍ଡଲୁମ୍‌ ପୋଷାକ ପ୍ରତି ବେଶ୍‌ ଆକୃଷ୍ଟ ହେଉଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ବୟନିକା ସମେତ ପଶ୍ଚିମବଙ୍ଗ,ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା, ତାମିଲନାଡୁ, ବିହାର, ପୁଡୁଚେରୀ, ଆସାମ, କର୍ନାଟକ,ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀର ଭଳି ରାଜ୍ୟର ବ୍ୟବସାୟୀମାନେ ମୋଟ ୭୫ଟି ଷ୍ଟଲ ଜରିଆରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ଅପରପକ୍ଷରେ ଗ୍ରାହକ ଘରକରଣା ସାମଗ୍ରୀ ଓ ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାର ହ୍ୟାଣ୍ଡିକ୍ରାଫ୍ଟ ଉତ୍ପାଦ ସୁଲଭ ମୂଲ୍ୟରେ ପାଇପାରୁଛନ୍ତି।
ଉଲ୍ଲେଖଯୋଗ୍ୟ, କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଆୟୋଜିତ ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆଠାର ଜାରି ରହିଛି। ଏହି ପ୍ରଦର୍ଶନୀ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିଛି।
ସୂଚନାଯୋଗ୍ୟ, ପ୍ରଦର୍ଶନୀର ପ୍ରତ୍ୟେକ କ୍ରୟ ଉପରେ ୨୦%ର ସ୍ବତନ୍ତ୍ର ରହାତି ଗ୍ରାହକମାନଙ୍କୁ ଯୋଗାଇଦିଆଯାଉଛି।

Share