କୃଷକସଂଘ ସମିତିର ଆନ୍ଦୋଳନକୁ ମିଳିତ ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ

ସୁନ୍ଦରଗଡ଼, ୧୫।୧୨(ଡି.ଏନ୍‌.ଏ)- ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ମିଳିତ ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଗଣଧାରଣାରେ ସୁନ୍ଦରଗଡ ଜିଲାର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ଯୋଗଦେଇ କେନ୍ଦ୍ର ସରକାର ତୁରନ୍ତ କୃଷକମାନଙ୍କର ଦାବିଗୁଡିକୁ ମାନିନେବା ପାଇଁ ଦାବି କରିଥିଲେ। ଏହି ଗଣଧାରଣାରେ ବଣାଇର ବିଧାୟକ ତଥା ସିଆଇଟିୟୁର ଜିଲା ସଭାପତି ଲକ୍ଷ୍ମଣ ମୁଣ୍ଡା, ଏଆଇଟିୟୁସିର ରାଜ୍ୟ ସଭାପତି ଅଶୋକ ଦାଶ, ସିଆଇଟିୟୁର ରାଜ୍ୟ ଉପସଭାପତି ପ୍ରମୋଦ ସାମଲ, ଆଇଏନ୍‌ଟିୟୁସିର ଜିଲା ନେତା ତଥା ତଳସରାର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି, ରାଜ୍ୟ ଉପସଭାପତି ସତ୍ୟ ସାହୁ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ତଥା ଆଇଏନଟିୟୁସିର ନେତା ରାଜକିଶୋର ଷଡଙ୍ଗୀ, ଜିଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ, ଏଆଇଟିୟୁସିର ରାଜ୍ୟ ନେତା ପ୍ରଦୋଷ ମହାନ୍ତି, ରାଜେନ୍ଦ୍ର ନାଏକ, ସିଆଇଟିୟୁର ରାଜ୍ୟ ସମ୍ପାଦକ ବିମାନ ମାଇତି, କ୍ଷେତ୍ରମୋହନ ବାରିକ, ଓଡିଶା କୃଷକ ସଭା ଜିଲା ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାଶ, କୋଇଡା ଜିଲା ପରିଷଦ ସଭ୍ୟ ଗୋପୀ ମହାନ୍ତି, ଗୁରୁଣ୍ଡିଆ ବ୍ଲକ ଅଧ୍ୟକ୍ଷା ବିରଜନିଆ ଯୋଯୋ, ସିଆଇଟିୟୁର ଜିଲା ନେତା ଅରିନ୍ଦମ ଦାଶ,ଏଚ୍‌ଏନ୍‌ ଯାଦବ, ଗୌରୀଶଙ୍କର ପାତ୍ର, ରାଧେଶ୍ୟାମ ଗଡତିଆ, ରମେଶ ଜୟପୁରିଆ, ବିଶ୍ୱଜିତ ରାୟ, ରାଲେନ୍‌ କିଣ୍ଡୋ, ପୁଷ୍ପା ସା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପରେ ଏକ ପ୍ରତିନିଧିମଣ୍ଡଳୀ ଜିଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Share