ଜଗନ୍ନାଥପ୍ରସାଦ,୨୦ା୮: ବର୍ତ୍ତମାନ କରୋନା ନିୟମ କଟକଣାକୁ ନେଇ ପ୍ରଶାସନ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାଦୁଆ ଅଞ୍ଚଳରେ ଥିବା ବଜାରର କିଛି ଖୁଚୁରା ବ୍ୟବସାୟୀ ଦୋକାନ ସକାଳ ୮ଟାରେ ଖୋଲିଥିଲେ। ଏହା ଦେଖି ଅତିରିକ୍ତ ତହସିଲଦାର ଓ ତାଙ୍କ ଟିମ୍ ଅଚାନକ ପହଞ୍ଚି ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଥିଲେ। କିନ୍ତୁ ଏହିଭଳି ଲକ୍ଡାଉନ ଓ ଶଟ୍ଡାଉନ୍ ସମୟରେ ପ୍ରଶାସନ ଲୋକଙ୍କ ଦୁଃଖ ବୁଝିବା ଚେଷ୍ଟl କରିବା ପରିବର୍ତ୍ତେ ଆସି ଜରିମାନା ଆଦାୟକୁ ଅଞ୍ଚଳର ବ୍ୟବସାୟୀମାନେ ଘୋର ବିରୋଧ କରିଥିଲେ। ଫଳରେ ପ୍ରଶାସନକୁ ଅପ୍ରତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ ଘଟଣାସ୍ଥଳରୁ ଫେରିବାକୁ ବାଧ୍ୟ ହୋଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ