କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ନେଇ ତାତିଲେ ବ୍ୟବସାୟୀ, ଅତିରିକ୍ତ ତହସିଲଦାରଙ୍କୁ କଲେ ଘେରାଉ

ଜଗନ୍ନାଥପ୍ରସାଦ,୨୦ା୮: ବର୍ତ୍ତମାନ କରୋନା ନିୟମ କଟକଣାକୁ ନେଇ ପ୍ରଶାସନ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାଦୁଆ ଅଞ୍ଚଳରେ ଥିବା ବଜାରର କିଛି ଖୁଚୁରା ବ୍ୟବସାୟୀ ଦୋକାନ ସକାଳ ୮ଟାରେ ଖୋଲିଥିଲେ। ଏହା ଦେଖି ଅତିରିକ୍ତ ତହସିଲଦାର ଓ ତାଙ୍କ ଟିମ୍‌ ଅଚାନକ ପହଞ୍ଚି ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଥିଲେ। କିନ୍ତୁ ଏହିଭଳି ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ସମୟରେ ପ୍ରଶାସନ ଲୋକଙ୍କ ଦୁଃଖ ବୁଝିବା ଚେଷ୍ଟl କରିବା ପରିବର୍ତ୍ତେ ଆସି ଜରିମାନା ଆଦାୟକୁ ଅଞ୍ଚଳର ବ୍ୟବସାୟୀମାନେ ଘୋର ବିରୋଧ କରିଥିଲେ। ଫଳରେ ପ୍ରଶାସନକୁ ଅପ୍ରତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ ଘଟଣାସ୍ଥଳରୁ ଫେରିବାକୁ ବାଧ୍ୟ ହୋଇଥିଲେ।

Share