ଏହି ଦିନରେ ରିଲିଜ୍‌ ହେବ ଗୁଞ୍ଜନ ସକ୍ସସେନା ବାୟୋପିକର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସସେନା: ଦ କାର୍ଗିଲ ଗର୍ଲ’ ବାୟୋପିକ୍‌ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଅଗଷ୍ଟ ୧୨ରେ ଏହି ଫିଲ୍ମ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ। ତେବେ ଏହା ପୂର୍ବରୁ ଅଗଷ୍ଟ ୧ରେ ଏହାର ଟ୍ରେଲର ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଏନେଇ ଜାହ୍ନବୀ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଜାହ୍ନବୀ ଇନ୍‌ଷ୍ଟାଗ୍ରାମରେ ଗୁଞ୍ଜନ ସକ୍ସସେନାଙ୍କ ଏକ ପୋଷ୍ଟର ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଏହା ଏକ ବିଶେଷ ଅନୁଭୂତି। ଫିଲ୍ମର ଟ୍ରେଲର ଓ ରିଲିଜ୍‌କୁ ନେଇ ବେଶ୍‌ ଉତ୍ସାହିତ ଅଛି ବୋଲି ଜାହ୍ନବୀ କହିଛନ୍ତି। ଜଣାଶୁଣା ପ୍ରଯୋଜକ କରଣ ଜୋହରଙ୍କ ନିର୍ମିତ ଏହି ଫିଲ୍ମରେ ଜାହ୍ନବୀ ମୁଖ୍ୟ ଚରିତ୍ରରେ ବା ଫାଇଟର ପାଇଲଟ ଭୂକମିକାରେ ନଜର ଆସିବେ। ସୂଚନା ମୁତାବକ ଏହି ଫିଲ୍ମ ପୂର୍ବରୁ ସିନେମା ହଲ୍‌ରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ସଙ୍କଟ ଯୋଗୁ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Share