Categories: ଜାତୀୟ

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରେଲର, ୫ ମୃତ, ୧୦ ଗୁରୁତର

ଭିଲଓ୍ବାଡ଼ା,୭।୧୨-ରାଜସ୍ଥାନର ଭିଲଓ୍ବାଡ଼ା ଜିଲା ଜହାଜପୁର-ଶାହପୁରା ରାସ୍ତାରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ସହ ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜହାଜପୁରରୁ ଭିଲଓ୍ବାଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସ କହିଛି, ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଆଜମେର ଜିଲାର ସଓା୍ବରରେ ଆୟୋଜିତ ବିବାହରେ ସାମିଲ ହୋଇ ଭ୍ୟାନ ଯୋଗେ ନିଜ ଘରକୁ ଫେରୁଥିଲେ। ଗୋଶାଳା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେଲର ଭ୍ୟାନକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share