ଏହି ଦିନ ରିଲିଜ ହେବ ‘ପୋନ୍ନିୟିନ ସେଲଭାନ-୨’ର ଟ୍ରେଲର୍‌

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର‘ପୋନ୍ନିୟିନ ସେଲଭାନ’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଅପେକ୍ଷାର ଅନ୍ତ ଘଟାଇବାକୁ ଯାଉଛି ମଣି ରତ୍ନଙ୍କ ‘ପୋନ୍ନିୟିନ ସେଲଭାନ ୨’। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ରିଲିଜ ତାରିଖ ସାମ୍ନାକୁ ଆସିବା ପରେ ଦର୍ଶକ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି, ଯାହା ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ନିର୍ମାତା ଏହି ଲୋକପ୍ରିୟ ଚଳଚ୍ଚିତ୍ରର ଟ୍ରେଲର ଏବଂ ଅଡିଓ ଲଞ୍ଚ ତାରିଖ ଚୂଡାନ୍ତ କରିଛନ୍ତି। ମଲ୍ଟି ଷ୍ଟାରର ଅଫିସିଆଲ ଟ୍ରେଲର ଏବଂ ଅଡିଓ ଏପ୍ରିଲ ୫ ରେ ଚେନ୍ନାଇର ଏକ ଇଭେଣ୍ଟରେ ଲଞ୍ଚ ହେବ। ତେବେ ନିର୍ମାତାମାନେ ଖୁବ୍‌ଶୀଘ୍ର ଏକ ସରକାରୀ ଘୋଷଣା ସହିତ ଟ୍ରେଲର ଏବଂ ଅଡିଓ ଲଞ୍ଚର ତାରିଖ ନିଶ୍ଚିତ କରିବେ।

ଚିଆନ ବିକ୍ରମ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତ୍ରିଶା କୃଷ୍ଣନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୋନ୍ନିୟିନ ସେଲଭାନ’ର ପ୍ରଥମ ଭାଗ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା। ଏବେ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ସହିତ ଦର୍ଶକଙ୍କ ପାଖକୁ ଆସୁଛନ୍ତି। ୨୮ ଏପ୍ରିଲ ୨୦୨୩ରେ ‘ପୋନ୍ନିୟିନ ସେଲଭାନ-୨’ ବଡ ପରଦାରେ ରିଲିଜ ହେବାକୁ ଯାଉଛି। ‘ପୋନ୍ନିୟିନ ସେଲଭାନର ପ୍ରଥମ ଭାଗ’ ୩୦ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରିଥିଲା।

Share