ବିବାଦ ମଧ୍ୟରେ ରିଲିଜ୍‌ ହେବ ‘ପଠାନ’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ସହିତ ପ୍ରାୟତଃ ୪ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମର ରିଲିଜ୍‌କୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଆସନ୍ତା ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ‘ପଠାନ’। ବର୍ତ୍ତମାନ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦ ଘେରରେ ରହିଛି। ‘ପଠାନ’ର ପ୍ରଥମ ଗୀତ ‘ବେସର୍ମ ରଙ୍ଗ’ ଗୀତକୁ ନେଇ ଅନେକ ବିବାଦ ସୃଷ୍ଟି କରିଛି। ଅନେକ ରାଜନେତା ଏବଂ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିବା ସହ ବୟକଟ ଦାବି କରୁଛନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଜାନୁୟାରୀ ୧୦ ଅର୍ଥାତ୍‌ ମଙ୍ଗଳବାର ‘ପଠାନ’ର ଟ୍ରେଲର୍‌ ରିଲିଜ୍‌ ହେବ। ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। ଶାହରୁଖଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ୍‌ ହୋଇଥିଲା।

Share