ଲୋଇସିଂହା,୧୭ା୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍ ଜାମ୍ ହେବାରୁ ଟ୍ରେନ୍ ଧୂଆଁମୟ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ଆତଙ୍କିତ ପଡ଼ିଥିଲେ। ଏହା ଜାଣି ଡ୍ରାଇଭର ଟ୍ରେନ୍କୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଡ୍ରାଇଭର ବ୍ରେକ୍ ଜାମକୁ ସଜାଡ଼ିବା ପରେ ଦୀର୍ଘ ୪୫ ମିନିଟ୍ ବିଳମ୍ବରେ ଟ୍ରେନ୍ଟି ଗନ୍ତବ୍ୟସ୍ଥଳକୁ ଯାଇଥିଲା। ସମ୍ବଲପୁର-ଟିଟିଲାଗଡ଼ ଅପ୍ ଲାଇନରେ ଆସୁଥିବାବେଳେ ବୁର୍ଡା ଫାଟକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା।