Categories: ଜାତୀୟ

ରେଳ ଧାରଣାରେ ସେଲ୍‌ଫି ନେଲେ ୨ ହଜାର ଫାଇନ୍‌

ଚେନ୍ନାଇ,୨୨।୪: ଏଣିକି ରେଳ ଧାରଣାରେ ଛିଡ଼ା ହୋଇ ସେଲ୍‌ଫି ନେଲେ ଦେବାକୁ ପଡ଼ିବ ୨ ହଜାର ଫାଇନ୍‌। ଚେନ୍ନାଇ ଦକ୍ଷିଣତଟ ରେଳବାଇ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି। ଯଦି କୌଣସି ବ୍ୟକ୍ତି ରେଳ ଧାରଣାରେ ଛିଡା ହୋଇ ସେଲଫି ଉଠାଇଲାବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଜରିମାନା ବାବଦକୁ ୨ ହଜାର ଟଙ୍କା ଦେବାକୁ ପଡ଼ିବ। ନିକଟରେ ଚେଙ୍ଗାଲପାଟୁରେ ୩ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍ସ ତିଆରି କଲାବେଳେ ଏକ୍ସପ୍ରେସ ସାମ୍ନାକୁ ଆସିଯିବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଆର୍ଥିକ ବର୍ଷରେ ରେଳ ଧାରଣା ଅତିକ୍ରମ ନେଇ ୧,୪୧୧ ଏବଂ ଫୁଟ୍‌ ବୋର୍ଡ ଯାତ୍ରା ନେଇ ମୋଟ ୭୬୭ଟି ଦୁର୍ଘଟଣା ଘଟିଥିବାବେଳେ ସେଥିରୁ ୨୦୦ ଜଣଙ୍କ ପ୍ରାଣହାନୀ ଘଟିଥିବା ଦକ୍ଷିଣତଟ ରେଳବାଇ ପକ୍ଷରୁ କୁହାଯାଇଛି।

Share