Categories: ଜାତୀୟ

ଲେବଲ କ୍ରସିଂରେ କାର୍‌କୁ ଧକ୍କା ଦେଲା ଟ୍ରେନ୍‌

କୋଲକାତା,୧୫।୭: ପଶ୍ଚିମବଙ୍ଗ ଖରଦାହ ଏକ ଲେବଲ କ୍ରସିଂରେ ଏକ ଛାତିଥରା ଘଟଣା ଘଟିଛି। ଏକ କାର୍‌ ଲେବଲ କ୍ରସିଂ ଅତିକ୍ରମ କରି ଟ୍ରାକ ପାଖରେ ଛିଡ଼ା ହୋଇଥିଲା। ସେତିକିବେଳେ ଏକ ଟ୍ରେନ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି କିଛି ବାଟ ଘୋଷାଡି ହୋଇ ଭାଙ୍ଗିରୁଜୁ ଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।

ଅନ୍ୟପକ୍ଷେ କାର ଡ୍ରାଇଭର ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ରେଳ ବିଭାଗ ପକ୍ଷରୁ କାର୍‌ ଚାଳକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

Share