Categories: ଫୁରସତ

ରକ୍ତିମ ହ୍ରଦ ଭିତରେ ଯାଉଛି ଟ୍ରେନ୍‌

ଆମେ ବେଳେବେଳେ ଏମିତି କିଛି ଦେଖିଥାଉ ଯାହାକୁ ବିଶ୍ୱାସ କରିବା ସମ୍ଭବ ହୁଏନା। ଲାଗେ ତାହା ସତ ନୁହେଁ ମିଛ। ସାଇବେରିୟାରେ ଥିବା ଏକ ଜାଗାର ଦୃଶ୍ୟକୁ ବି ଅନେକେ ଫେକ୍‌ ବୋଲି ଭାବନ୍ତି। ଏଠାରେ ବର୍ଲିନସ୍କୋଈ ନାମକ ଏକ ହ୍ରଦ ଅଛି, ଯାହାକି ପିଙ୍କ ଲେକ୍‌ ଭାବେ ବେଶ୍‌ ପରିଚିତ। ଏହା କାଜାକିସ୍ତାନ ସୀମାରେ ରହିଛି। ଆଉ ଖରାଦିନରେ ଉକ୍ତ ହ୍ରଦଟି ଆଶ୍ଚର୍ଯ୍ୟଜନକଭାବେ ରଙ୍ଗ ପରିବର୍ତ୍ତନ କରି ଲାଲ ରଙ୍ଗରେ ପରିବର୍ତ୍ତତ ହୋଇଯାଏ। ବୈଜ୍ଞାନିକଙ୍କ ମତରେ ଏହି ଋତୁରେ ହ୍ରଦଟିରେ ଆର୍ଟେମିଆ ସାଲିନା ନାମକ ଜୀବଙ୍କ ସଂଖ୍ୟା ବଢିଯାଏ, ଯାହାଙ୍କ ଆକାର ବହୁତ ଛୋଟ।ଏହି ଜୀବଙ୍କର ହିମୋଗ୍ଲୋବିନ୍‌ ପିଗମେଣ୍ଟେସନ୍‌ ଘଟି ହ୍ରଦର ରଙ୍ଗ ଲାଲ ହୋଇଥାଏ। ଆଉ ଏକ କଥା ଉକ୍ତ ହ୍ରଦ ମଝିରେ ଏକ ରେଳ ଧାରଣା ବି ଯାଇଛି। ଯାହା ମଧ୍ୟ ଦେଇ ରେଳ ଯିବା ଆସିବା କରିଥାଏ। ରକ୍ତିମ ଲାଲ ହ୍ରଦକୁ ଚିରି ଯେବେ ରେଳ ଦ୍ରୁତ ଗତିରେ ଯାଏ ତାହା ଏକ ସ୍ବପ୍ନର ଦୃଶ୍ୟ ପରି ଲାଗେ। ନିକଟରେ ଏହି ଦୃଶ୍ୟର ଏକ ଭିଡିଓ ବେଶ୍‌ ଭାଇରାଲ ହୋଇଛି। ଅନେକେ ତ ଏହାକୁ ଫେକ୍‌ ବି ଭାବୁଛନ୍ତି। କିନ୍ତୁ ଏହା ବାସ୍ତବ। ଉକ୍ତ ହ୍ରଦ ମଧ୍ୟସ୍ଥ ରେଳଧାରଣାର ଭିତ୍ତିଭୂମି ସୋଭିଏତ କାଳରୁ ସ୍ଥାପିତ ହୋଇଛି।

Share