ଗଳାବାଟରେ ରେଳ ଫାଟକ ପାରି ହେଉଥିଲେ, ୩ ଜଣଙ୍କୁ ଘୋଷାଡ଼ି ନେଲା ଟ୍ରେନ୍‌

ରାଉରକେଲା,୧୧ା୧୨(ଡି.ଏନ୍‌.ଏ.): ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଫାଟକର ଗଳା ବାଟ ଦେଇ ପାରି ହେଉଥିବା ବେଳେ ୩ ଜଣଙ୍କୁ ଘୋଷାଡ଼ି ନେଇଛି ହାଓ୍ବଡା-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ। ଫଳରେ ୩ଟି ବାଇକ ଚୁର୍‌ମାର ହେବା ସହ ୩ ଆହତ ହୋଇଛନ୍ତି। ଆହତମାନେ ରାଜଗାଙ୍ଗପୁର କୁମାରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଫାଟକରେ ଗଳି ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ୩ ବାଇକ୍‌ ଆରୋହୀଙ୍କୁ କିଛି ବାଟ ଟ୍ରେନ୍‌ ଘୋଷାଡ଼ି ନେଲା। ଫଳରେ ୩ ଜଣ ଆହତ ହେବା ସହ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେ ହେଲେ ସତ୍ୟନାରାୟଣ ମାହତ। ତାଙ୍କ ଘର କୁମାରକେଲା।

Share