ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ

ରାଉରକେଲା ଅଫିସ,୨୬।୪: ବିସ୍ଫୋରଣ କରି ଟ୍ରେନ୍‌ ଲାଇନ ଉଡ଼ାଇ ଦେଇଛନ୍ତି ମାଓବାଦୀ। ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି।

ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ ଟ୍ରେନ ଲାଇନ ନଷ୍ଟ ହୋଇଯାଇଛି। ବିସ୍ଫୋରଣ ଯୋଗୁ ମୁମ୍ବାଇ-ହାଓ୍ବଡ଼ା ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।