ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ପୁରୀ ଅଫିସ,୨୦।୧୦: ପୁରୀ ଜିଲା ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ସୋମବାର ରାତିରେ ଯାତ୍ରୀ ନ ଥିବା ଖାଲି ବଗି ପୁରୀ ଆସୁଥିବା ବେଳେ ଲାଇନଚ୍ୟୁତ ଘଟିଥିଲା। ଉକ୍ତ ଟ୍ରେନ ଇଞ୍ଜିନ ଆଗର ତିନୋଟି ଚକ ଓ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଥିଲା। ପରେ ଖୋର୍ଦ୍ଧା ରୋଡର ବରିଷ୍ଠ ଅଧିକାରୀମାନେ ଆସି ଏହାକୁ ମରାମତି କରିଥିଲେ। ରାତି ପ୍ରାୟ ସାଢ଼େ ୧ଟାରେ ଏହି ମରାମତି ସରିଥିଲା। କିଭଳି ଏହା ହେଲା ସେ ନେଇ ତଦନ୍ତ କରାଯିବ ବୋଲି ଉପରିସ୍ଥ ଅଧିକାରୀ କହିଛନ୍ତି।