Categories: ଜାତୀୟ

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ ଓ ହାଇଟେକ୍‌ ପାର୍ଟନର ସିମେନ୍ସ ଏହି ପ୍ରୋଜେକ୍ଟକୁ ମିଳିତ ଭାବରେ କରିଛନ୍ତି। ୭୦ମିଲିୟନର ଏହି ଡିଜିଟାଲ ଯୋଜନାକୁ ବିଶ୍ୱରେ ପ୍ରଥମ ବୋଲି ନାମିତ କରାଯାଇଛି। ତେବେ ଭାରତରେ ଏହି ଟ୍ରେନ ବେଙ୍ଗାଲୁରୁ ମେଟ୍ରୋ ଷ୍ଟେଶନ ପାଇଁ ଯୋଗାଇ ଦିଆଯିବ।
ସ୍ବୟଂଚାଳିତ ଏହି ଟ୍ରେନଟି ଗୋଟିଏ ଧାରରେ ଚାଲିବା ସହ ଗୁରୁତ୍ୱପୁର୍ଣ୍ଣ ସମୟରେ ଏହା କାମ କରିବାର ଯଥେଷ୍ଟ କ୍ଷମତା ରହିଛି। ଗତିରେ ହ୍ରାସ, ବୃଦ୍ଧି, ବ୍ରେକ୍‌ ଆଦି ସହ ଟ୍ରେନଟି ସାଧାରଣ ଭାବେ ଚାଲିବ ବୋଲି କମ୍ପାନୀ ତରଫରୁ ସୂଚନା ରହିଛି।

Share