Categories: ଖେଳ

ବାଂଲାଦେଶ କ୍ରିକେଟରମାନଙ୍କ ଟ୍ରେନିଂ ଆରମ୍ଭ

ଢାକା, ୨୦ା୭ (ପି.ଟି.)- ରବିବାର ୯ଜଣ ବାଂଲାଦେଶ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। କୋଭିଡ୍‌-୧୯ ସୁରକ୍ଷା ପ୍ରୋଟୋକଲ ଅନୁସାରେ କେବଳ ଜଣେ ମାତ୍ର ଖେଳାଳିଙ୍କୁ ଷ୍ଟାଡିୟମ ଭିତରେ ଅଭ୍ୟାସ ପାଇଁ ଅନୁମତି ମିଳିଛି। କରୋନା ଭାଇରସ୍‌ ଦେଖାଦେବା ପରେ ମାର୍ଚ୍ଚ ମାସରେ ଆକସ୍ମିକ କ୍ରିକେଟ କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଥିଲା। ମହମ୍ମଦ ମିଥୁନ, ମୁସ୍‌ଫିକର ରହିମ୍‌ ଓ ଶାଫିଉଲ୍‌ ଇସ୍‌ଲାମ ଢାକାରେ ଟ୍ରେନିଂ ନେଇଥିବା ବେଳେ ପେସ୍‌ର ଖଲିଲ ଅହମ୍ମଦ ଓ ସ୍ପିନର ନାସମ୍‌ ଅହମ୍ମଦ ସିଲ୍‌ହେଟ୍‌ଠାରେ ଟ୍ରେନିଂ ନେଇଥିଲେ। କ୍ରିକେଟରଙ୍କ ସହ ଷ୍ଟାଡିୟମ ଭିତରକୁ କେବଳ ଜଣେ ଟ୍ରେନରଙ୍କୁ ଅନୁମତି ରହିଛି। ଉଭୟଙ୍କୁ ପୃଥକ୍‌ ପାଣି ବୋତଲ, ଆସନ ଓ ଟଏଲେଟ୍‌ ବ୍ୟବହାର କରିବାକୁ ହେବ।

Share