୧୫ ଦିନ ହେବ ଟ୍ରାନ୍ସଫର୍ମର ଅଚଳ, ଅନ୍ଧାରରେ ଉପଭୋକ୍ତା

କୋକସରା,୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତର କରାଡଙ୍ଗରୀପଡ଼ା ଓ ଟେମେରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମରେ ଥିବା ବିପିଏଲ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ୧୫ ଦିନ ହେବ ପୋଡ଼ିଯାଇଛି। ଫଳରେ ଉଭୟ ଗ୍ରାମର ଉପଭୋକ୍ତା ଅନ୍ଧାରରେ ଦିନ କାଟୁଛନ୍ତି। କରାଡଙ୍ଗରୀ ପଡ଼ାରେ ୧୧୦ ଜଣ ବିପିଏଲ ବିଦ୍ୟୁତ୍‌ ଉପଭୋକ୍ତା ରହିଥିବା ବେଳେ ସେମାନଙ୍କ ପାଇଁ ମାତ୍ର ୧୦ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂଯୋଗ ରହିଥିଲା। ତେବେ ଏହି ଟ୍ରାନ୍ସଫର୍ମର ଗ୍ରୀଷ୍ମ ଋତୁ ଆରମ୍ଭରୁ ଅତ୍ୟଧିକ ମାତ୍ରାରେ ବିଦ୍ୟୁତ୍‌ ବ୍ୟବହାର ଯୋଗୁ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଫଳରେ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଛାତ୍ର୍ରୀଛାତ୍ରଙ୍କ ପରୀକ୍ଷା ଚାଲିଥିବାରୁ ପାଠପଢ଼ାରେ ମଧ୍ୟ ଅନେକ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ତେବେ ଏହି ଗାଁରେ ୧୦ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବଦଳରେ ୧୦୦ କେଭି ଟ୍ରାନ୍ସଫର୍ମର ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସେହିପରି ଟେମରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମର ବିପିଏଲ ଟ୍ରାନ୍ସଫର୍ମର ମଧ୍ୟ ଅନେକ ଦିନ ହେବ ପୋଡ଼ିଯାଇଛି। ଫଳରେ ଏଠାକାର ବିଦ୍ୟୁତ୍‌ ଉପଭୋକ୍ତାମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ଭୋଗୁଥିବା ଗ୍ରାମର ଚୌଧୁରୀ ଛତ୍ରିଆ, ଚତୁର ପାଳି, ଲେମ୍ବୁ ପାଳି, ଡମେନ ନାଗ, ଦୂତୀୟା ପାଳି, ସରସ୍ବତୀ ପୂଜାରୀ, ଶ୍ୟାମସୁନ୍ଦର ପାଳି ପ୍ରମୁଖ ପ୍ରକାଶ କରିଛନ୍ତି। ତେବେ ଏହି ୨ ଗ୍ରାମର ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ତୁରନ୍ତ ସଂଯୋଗ କରିବା ପାଇଁ ଉଭୟ ଗ୍ରାମର ଉପଭୋକ୍ତାମାନେ ଦାବି କରିଛନ୍ତି। ଏନେଇ କୁସୁମଖୁଣ୍ଟି ବିଦ୍ୟୁତ୍‌ ବିଭାଗର ସହକାରୀ ଯନ୍ତ୍ରୀ ଦୀପକ କୁମାର ସାହୁଙ୍କ ମତାମତ ନେବାରୁ ଅଧିକ ଉପଭୋକ୍ତା ଥିବା ବେଳେ ଛୋଟ ଟ୍ରାନ୍ସଫର୍ମର ଲାଗିଥିବାରୁ ବାରମ୍ବାର ପୋଡ଼ି ଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରି ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି।...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ...

ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ

ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ...

ପୁଅ ମୃତ୍ୟୁ ପଛରେ ବାପାଙ୍କ ହାତ: ସାଂଘାତିକ ଅଭିଯୋଗ ଆଣିଲେ ମା’

ଫୁଲବାଣୀ,୨୭।୩(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ସାହିରେ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ସେ ହେଲେ ଅଭିଜିତ୍‌...

ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର...

ବିକୁଥିଲେ ନକଲି ସିମ୍‌: ଧରିଲା ପୋଲିସ

ପାଟଣା,୨୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାଇବର ପୋଲିସ ଶତାଧିକ ନକଲି ସିମ୍‌ ବିକ୍ରି ଅଭିଯୋଗରେ ଗୁରୁବାର ଜଣେ ଏଜେଣ୍ଟଙ୍କ ସମେତ ୨ ଜଣଙ୍କୁ ଗିରଫ...

ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ

ଛତ୍ରପୁର,୨୭।୩(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ବାଇକ୍‌ ଯୋଗେ ନିଜ ଗାଁରୁ ସହରକୁ ଆସୁଥିଲେ ବାପା ଓ ପୁଅ । ହଠାତ୍‌ ବାଇକ୍‌ ଆଗରେ ପଶିଗଲା ଏକ ବାର୍‌ହା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image