ବିନା ଯାଞ୍ଚରେ ଫାଇନ୍‌ ଆଦାୟ କରୁଛି ପରିବହନ ବିଭାଗ

ସୋରଡ଼ା,୮ା୬(ଡି.ଏନ୍‌.ଏ.): ବିନା କୌଣସି ଯାଞ୍ଚରେ କିପରି ଫାଇନ ପକାଇବା ଅଭ୍ୟାସ ଆରମ୍ଭ କଲେଣି ପରିବହନ ବିଭାଗ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ଠାରେ। ଏଠାକାର କବିରାଜ ସାହିର ଏମ୍‌ ସୁନୀଲ କୁମାର ଆଚାରୀ ନିଜ କାର ( ଓଡି ୧୦ ବି ୫୨୭୭ ଧରି ଗତ ମେ’ ୩୦ରେ କୌଣସି କାମରେ ରାୟଗଡ଼ା ଯାଇଥିଲେ। ସେଠାରେ ପିଚୁଡିଠାରେ ଗାଡି ସ୍ପିଡ୍‌ ଚାଲଣ ପାଇଁ ୨୦୦୦ ଓ ବିନା ଡିଏଲ୍‌ ପାଇଁ ୫୦୦୦ ଟଙ୍କା ମୋଟ୍‌ ୭୦୦୦ ଟଙ୍କା ଚାଲାଣ ଓଆର୍‌ ୧୬ ୭୯୨୫୨୩୦୫୩୦୧୨୨୨୩୮ ରେ କଟିଥିଲା। ସେ ଏହା ଜାଣିପାରି ନ ଥିଲେ। ସୋରଡ଼ା ଆସିବା ପରେ ବୁଧବାର ତାଙ୍କ ମୋବାଇଲକୁ ରାୟଗଡ଼ା ଆରଟିଓଙ୍କ ତରଫରୁ ମେସେଜ ଆସିଥିଲା ତୁରନ୍ତ ଟଙ୍କା ପଇଠ କରିବାକୁ। ତେବେ ସୁନୀଲ କହିବା କଥା ମୋତେ କେଉଁଠି ମଧ୍ୟ କେହି ଅଟକାଇ ଯାଞ୍ଚ କରିନାହାନ୍ତି । ଯଦିଓ ସ୍ପିଡ ପାଇଁ ଫାଇନ୍‌ ପଡ଼ିଥିବ ଅଲଗା କଥା କିନ୍ତୁ ଡିଏଲ୍‌ ନ ଥିବା ପାଇଁ ୫୦୦୦ ଫାଇନ୍‌ ଅଜବ କଥା। ମୋର ଡିଏଲ୍‌ ଓଆର ୦୭ ୨୦୦୯୦୨୩୭୩୦୪ ଯାହାର ୨୪ା୧୧ା୨୦୨୯ ପର୍ଯ୍ୟନ୍ତ ବୈଧ ଅଛି। ତେଣୁ ସେ ଏଥିପାଇଁ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ପରିବହନ ବିଭାଗକୁ ଫାଇନ୍‌ ଅର୍ଥ ରଦ୍ଦ ପାଇଁ ଅନୁରୋଧ କରିଛନ୍ତି।