Categories: ଫୁରସତ

ଭ୍ରାମ୍ୟମାଣ ବିଳାସପୂର୍ଣ୍ଣ ହୋଟେଲ, ଏଥିରେ ରହିଛି ଏସବୁ ସୁବିଧା…

ଆଜି ଏମିତି ଏକ ହୋଟେଲ ବିଷୟରେ କହିବୁ ଯାହାକି ଖାଇବା, ପିଇବା ଏବଂ ବାହାରେ ଭ୍ରମଣ କରିବାକୁ ଭଲପାଉଥିବା ଲୋକଙ୍କୁ ସୁହାଇବ। ସର୍ଦ୍ଦାର ଜୀଙ୍କର ଏକ କାର୍‌ ଅଛି, ଯାହା ସାଧାରଣ ଯାନ ନୁହେଁ, ଏଥିରେ ଫାଇଭ୍‌ ଷ୍ଟାର୍‌ ହୋଟେଲର ସୁବିଧା ରହିଛି।

ମୋହାଲିରେ ଏକ ମୋଟର ଘର ଅଛି। ଯେଉଁଠାରେ ଆପଣ ନିଜ ଘର ଭଳି ଅନୁଭବ କରିବେ। ଏହି ମୋଟର ଭ୍ୟାନ ଏକ ସାଧାରଣ ଭ୍ୟାନ୍‌ନୁହେ। ଏହା ଏକ ବିଳାସପୂର୍ଣ୍ଣ ଭ୍ୟାନ। ଏଥିରେ ତାରକା ହୋଟେଲର ସମସ୍ତ ସୁବିଧା ଅଛି ଯେପରିକି ଶଯ୍ୟା, ଡ୍ରଇଂ ରୁମ୍‌, ଓ୍ବାଶ୍‌ରୁମ୍‌ ଇତ୍ୟାଦି।

ଏହି ମୋଟର ଭ୍ୟାନର ମାଲିକ ଗୁରୁଚର ସିଂ କହିଛନ୍ତି, ଏହି ଭ୍ୟାନ୍‌ ସେହି ଲୋକଙ୍କ ପାଇଁ, ଯେଉଁମାନେ ବାହାରକୁ ଯାଇ ହୋଟେଲ ରୁମ୍‌ ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଆପଣ ଏହି ଭ୍ୟାନକୁ ଗାଁ କିମ୍ବା ସହରର ଯେକୌଣସି ସ୍ଥାନକୁ ନେଇପାରିବେ।

ଏହା ବ୍ୟତୀତ ଏହି ମୋଟର ଭ୍ୟାନ ପାର୍ବତ୍ୟ କିମ୍ବା ଜଙ୍ଗଲର କୌଣସି ସ୍ଥାନରେ କ୍ୟାମ୍ପ କରିବା ପାଇଁ ମଧ୍ୟ ଭଲ ବ୍ୟବହାର କରାଯାଇପାରିବ। କାରଣ ଏପରି ସ୍ଥାନରେ କୌଣସି ସୁବିଧା ନ ଥାଏ। ତେଣୁ ଏହି ଭ୍ୟାନ୍‌ ସମସ୍ତ ସୁବିଧା ଯୋଗାଇ ଦେବ।

ଏହି ଭ୍ୟାନରେ ପ୍ଲଗ ସିଷ୍ଟମ ରହିଛି। ଏଥିରେ ଏକ ଛୋଟ ରୋଷେଇ ଘର ମଧ୍ୟ ଅଛି। ଆପଣ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରିପାରିବେ।
ଭ୍ୟାନର ମାଲିକ କହିଛନ୍ତି, ଲୋକଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ଏହି ଭ୍ୟାନକୁ ଆପଣ ଯେଉଁଠି ନିଅନ୍ତି, ଭ୍ୟାନରେ ବସିଥିବା ସମସ୍ତ ଲୋକ ବୀମାଭୁକ୍ତ ହେବେ।

Share