ବ୍ରିଜ୍‌ ତଳକୁ ଖସିଲା ଟ୍ରଲର

ଢେଙ୍କାନାଳ,୧୦।୧୦: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜ ତଳକୁ ୧୬ ଚକିଆ ଟ୍ରଲର ଖସିପଡ଼ିଲା। ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପୂର୍ବରୁ ଡେଇଁ ପଡିଲେ ଡ୍ରାଇଭର ଓ ହେଲ୍ପର। ସକାଳେ ଟ୍ରକଟି ଅନୁଗୋଳରୁ କଟକ ଅଭିମୁଖେ ଯାଉଥିଲା। ପଞ୍ଚୁପଟି ନିକଟରେ ଟ୍ରଲରଟି ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପୂର୍ବରୁ ଡ୍ରାଇଭର ଓ ହେଲପର ନିଜ ଜୀବନ ବଞ୍ଚାଇବାକୁ ଡେଇଁ ପଡ଼ିଥିଲେ। ସେମାନଙ୍କର କୌଣସି କ୍ଷତି ହୋଇନାହିଁ। ଢେଙ୍କାନାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରଟିକୁ କ୍ରେନ ସାହାଯ୍ୟରେ ଉଠାବାକୁ ଚେଷ୍ଟା କରୁଛି।
ଉଭୟ ଡ୍ରାଇଭର ଓ ହେଲପର ଉତ୍ତର ପ୍ରଦେଶ ରାମପୁରର ବୋଲି ଜଣାପଡିଛି।