Advertisement

କାଳବୈଶାଖୀରେ ଗଛ ପଡ଼ି ତାର ଛିଣ୍ଡିଲା, ବିଦ୍ୟୁତ୍‌ ସେବା ବ୍ୟାହତ

ଦାରିଙ୍ଗବାଡ଼ି,୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ରାଇକିଆଠାରୁ ବାଡାବାଙ୍ଗା ମଧ୍ୟରେ ବଡ଼ବଡ଼ ଗଛ ଭାଙ୍ଗିବା ସହ ଗଛ ପଡ଼ି ଅନେକ ବିଦ୍ୟୁତାର ଛିଣ୍ଡିଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ବ୍ଲକ ସମେତ ପଡ଼ୋଶୀ ରାଇକିଆ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ କୁଆପଥର ଏବଂ ପ୍ରଚଣ୍ଡ ବିଜୁଳି ସହ ଘଡ଼ଘଡ଼ି ହୋଇଛି। ବର୍ଷା ଯୋଗୁ ଗରମରୁ ତ୍ରାହି ମିଳିଛି। ଫୁଲକୋବି,ବନ୍ଧା ଏବଂ ବିଭିନ୍ନ ପନିପରିବା ଚାଷୀଙ୍କୁ ଏହି ବର୍ଷା ବହୁତ ଲାଭଦାୟକ ହୋଇଥିବାବେଳେ ମହୁଲ ଫୁଲଗୁଡ଼ିକ ବର୍ଷାରେ ନଷ୍ଟ ହେବା ସମ୍ଭାବନା ଅଧିକ ବୋଲି ଅଞ୍ଚଳର ସଂଗ୍ରହକାରୀମାନେ କହିଛନ୍ତି। ଏବେ ମହୁଲ ଫୁଲର ଚାହିଦା ରହିଛି। ବର୍ତ୍ତମାନ କୁଇଣ୍ଟାଲ ୨୮ ଶହ ଟଙ୍କା ରହିଥିବାବେଳେ କାଳବୈଶାଖୀ ବର୍ଷା ଲୋକଙ୍କୁ ଚିନ୍ତାରେ ପକାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel